ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା ପରେ ଟିମ ଇଣ୍ଡିଆ ଅଲଆଉଟ ହୋଇଥିଲା। ଦଳ ୬୮ ରନ ପାଇଁ ଶେଷ ୭ ଉଇକେଟ ହରାଇଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ୨ ଉଇକେଟ୍ ହରାଇ ୧୦୧ ରନ ସଂଗ୍ରହ କରିଥିଲା। ଡିଭନ କନୱେ ୫୪ ଏବଂ ଟମ ଲାଥାମ ୩୦ ରନରେ ଆଉଟ୍ ହୋଇଛନ୍ତି।
ନ୍ୟୁଜିଲାଣ୍ଡ ଇନିଂସର ୨୮ ଓଭରର ତୃତୀୟ ବଲରେ ଇଶାନ୍ତ ଶର୍ମା ଡିଭନ କନୱେଙ୍କ ବିରୋଧରେ ଦୃଢ ଏଲବିଡବ୍ଲୁ ଆବେଦନ କରିଥିଲେ। କିନ୍ତୁ ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଦେଇ ନ ଥିଲେ। ତେବେ ରିପ୍ଲାଏରେ ଏହା ସ୍ପଷ୍ଟ ହୋଇଥିଲା ଯେ ବଲ୍ ବ୍ୟାଟରେ ନ ବାଜି ରିଷଭ ପନ୍ତଙ୍କ ହାତକୁ ଯାଇଥିଲା। ଏହା ପରେ ମଧ୍ୟ ଇଶାନ୍ତ ଅମ୍ପାୟାରଙ୍କୁ ଅପିଲ୍ କରିଥିଲେ। ଏହା ଉପରେ ବିରାଟ କୋହଲି କହିଥିଲେ ଯେ ଆପଣ ଅମ୍ପାୟାରଙ୍କୁ ପଚାରୁଛ ନା ଗାଳି କରୁଛ। ଭାରତୀୟ ଦଳ ଏହି ମ୍ୟାଚ୍ରେ ତିନି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଇଶାନ୍ତଙ୍କ ଏହି ମ୍ୟାଚରେ ଅବତରଣ କରିଛି। ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ସ୍ପିନର ଭାବରେ ଖେଳୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.