Categories: ଖେଳ

ଗୋଟିଏ ଉଇକେଟ୍‌ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍‌ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି ଗୋଟିଏ ଉଇକେଟ୍‌ ନେଇ ସେ ତାଙ୍କ ନାମରେ ଦୁଇଟି ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟିମ ଇଣ୍ଡିଆର କିମ୍ବଦନ୍ତୀ ବୋଲର କପିଲ ଦେବଙ୍କୁ ପଛରେ ପକାଇଛନ୍ତି।
ଇଂଲଣ୍ଡରେ ଇଶାନ୍ତଙ୍କ ୪୪ଟି ଉଇକେଟ ରହିଛି। ଏହିପରି ସେ ଇଂଲଣ୍ଡର ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଥିଲେ। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ର ୨୦ ଇନିଂସରେ ହାରାହାରି ୩୪ରେ ୪୪ ଉଇକେଟ ନେଇଛନ୍ତି। ଦୁଇଥର ପାଞ୍ଚଟି ଉଇକେଟ ନେଇ ସଫଳତା ହାସଲ କରିଛନ୍ତି। ପୂର୍ବରୁ ଇଂଲଣ୍ଡରେ ୧୩ଟି ମ୍ୟାଚର ୨୨ ଇନିଂସରେ କପିଲ ଦେବ ୪୩ ଉଇକେଟ ନେଇଥିଲେ। ତାଙ୍କ ହାରାହାରି ୩୯ ଥିଲା ଏବଂ ସେ ଦୁଇଥର ୫ଟି ଉଇକେଟ ନେଇଥିଲେ। ଅନିଲ କୁମ୍ବଲେ (୩୬) ତୃତୀୟ, ବିଶନ ସିଂ ବେଦୀ (୩୫) ଚତୁର୍ଥ ଏବଂ ଜହିର ଖାନ (୩୧) ପଞ୍ଚମ ସ୍ଥାନରେ ଅଛନ୍ତି।
ସେହିପରି ଇଶାନ୍ତଙ୍କ ଦ୍ୱିତୀୟ ରେକର୍ଡ ହେଉଛି ବିଦେଶରେ ଖେଳିଥିବା ଟେଷ୍ଟରେ ସେ ୨୦୦ ଉଇକେଟ୍‌ ନେଇଛନ୍ତି ସେ ଏହା କରିବାରେ ଚତୁର୍ଥ ଭାରତୀୟ ବୋଲର ହୋଇଥିଲେ। ୬୧ଟି ମ୍ୟାଚରେ ଇଶାନ୍ତ ୨୦୦ ଉଇକେଟ୍‌ ନେଇଛନ୍ତି। ସେ ପାଞ୍ଚ ଥର ୯ରୁ ଅଧିକ ଏବଂ ଥରେ ୧୦ ଉଇକେଟ ନେଇ ସଫଳତା ହାସଲ କରିଛନ୍ତି। ଏହା ବ୍ୟତୀତ ଅନିଲ କୁମ୍ବଲେ (୨୬୯), କପିଲ ଦେବ (୨୧୫) ଏବଂ ଜହିର ଖାନ (୨୦୭) ମଧ୍ୟ ବିଦେଶରେ ୨୦୦ରୁ ଅଧିକ ଉଇକେଟ ନେଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.