ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ ଦୀପ୍ତିମାନଦେବାଶିଷ ମିଶ୍ର(୨୦)। ରବିବାର ସନ୍ଧ୍ୟା ସୁଦ୍ଧା ତାଙ୍କ ମୃତଦେହ ଉଦ୍ଧାର ହୋଇପାରିନାହିଁ।
ସୂଚନା ମୁତାବକ, ଚିତ୍ରକୋଣ୍ଡା ବନଦୁର୍ଗା ମନ୍ଦିର ନଦୀ ଘାଟରେ କେତେକ ମାଛ ଧରାଳି ମାଛ ଧରିବା ପରେ ଡଙ୍ଗାକୁ କୂଳରେ କାଠପୋତି ଦଉଡ଼ିରେ ବାନ୍ଧି ରଖି ଘରକୁ ଯାଇଥାନ୍ତି। ସବୁଦିନ ପରି ଶନିବାର ଅପରାହ୍ନରେ ମଧ୍ୟ ମାଛଧରାଳିମାନେ ମାଛ ଧରିସାରି କୂଳରେ ଡଙ୍ଗା ବାନ୍ଧି ଚାଲିଯାଇଥିଲେ। ସେମାନେ ଯିବା ପରେ ଦୀପ୍ତିମାନ ସେଠାରେ ପହଞ୍ଚତ୍ କୂଳରେ ଥିବା ଗୋଟିଏ ଦେଶୀ ଡଙ୍ଗା ଧରି ନଦୀ ଭିତରକୁ ବୁଲିବାକୁ ଯାଇଥିଲେ। ଡଙ୍ଗାରେ ପାଣି ପଶିଯିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଡଙ୍ଗାରେ ଥିବା ଦୀପ୍ତିମାନ ପାଟି କରିବାରୁ ଦୋରାଗୁଡ଼ା ଡଙ୍ଗା ଘାଟରୁ ୨ଟି ଡଙ୍ଗାରେ ମାଛଧରାଳିମାନେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ଖୋଜାଖୋଜି କରିବାରୁ କେବଳ ବୁଡ଼ି ଯାଇଥିବା ଡଙ୍ଗାଟି ପାଇଥିଲେ। ହେଲେ ଦୀପ୍ତିମାନଙ୍କୁ ପାଇ ନ ଥିଲେ। ଏନେଇ ବାପା ଦିଲୀପ ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିବା ସହ ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ନିଖୋଜ ଯୁବକଙ୍କୁ ପତ୍ତା ମିଳିପାରି ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.