ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ ଗୋଲ ସ୍କୋର ହୋଇଥିଲା। ସାରା ମ୍ୟାଚ୍ରେ ଇଟାଲୀ ପ୍ରଭାବ ବିସ୍ତାର କରି ଖେଳିଥିଲା।
୨୦୧୮ ଫିଫା ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରି ନ ପାରି ଇଟାଲୀ ବେଶ୍ ସମାଲୋଚିତ ହୋଇଥିଲା। ତେବେ ଏହି ମ୍ୟାଚରେ ଦମ୍ଦାର ପ୍ରଦର୍ଶନ କରିଥିଲା। ଏହାପୂର୍ବରୁ କ୍ୱାଲିଫାଇଂରେ ଇଟାଲୀ ୧୦ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଥିଲା। ଗତ ୫ ବର୍ଷ ମଧ୍ୟରେ କୋଚ୍ ରୋବେର୍ଟୋ ମାନସିନିଙ୍କ ଇଟାଲୀ ଦଳ ପ୍ରଥମଥର ପାଇଁ ୩-୦ରେ ବିଜୟ ହାସଲ କରି ଜବରଦସ୍ତ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଇଟାଲୀ ୧୩ଟି ପ୍ରୟାସ ଓ ତୁର୍କୀ କୌଣସି ପ୍ରୟାସ କରି ନ ଥିଲା। ସମ୍ପୂର୍ଣ୍ଣ ମ୍ୟାଚ୍ରେ ଇଟାଲୀ ୨୪ ଓ ତୁର୍କୀ ୩ଟି ପ୍ରୟାସ କରିଥିଲା। ତୁର୍କୀର ଖେଳ ରକ୍ଷଣାତ୍ମକ ଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ତୁର୍କୀ ସେଣ୍ଟରବ୍ୟାକ୍ ମୋରି ଡେମିରାଲ ୫୩ତମ ମିନିଟ୍ରେ ଆତ୍ମଘାତୀ ଗୋଲ କରିଥିଲେ। ଫଳରେ ଇଟାଲୀ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୬୬ତମ ମିନିଟ୍ରେ ସିରୋ ଇମୋବାଇଲ ଓ ୭୯ତମ ମିନିଟ୍ରେ ଲୋରେଞ୍ଜୋ ଇନ୍ସିଗ୍ନେ ଗୋଲ ଦେଇ ଇଟାଲୀକୁ ଜିତାଇଥିଲେ। ଶନିବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ସୁଇଜରଲାଣ୍ଡ ଓ ଓ୍ବେଲ୍ସ ପରସ୍ପରକୁ ଭେଟିଥିଲେ ଓ ଏହା ୧-୧ ଗୋଲରେ ଅମୀମାଂସିତ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.