ଗ୍ରସ୍ ଆଇଲେଟ୍ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏଥିରେ ତ୍ରିନିଦାଦ ଓ ଟେବୋଗୋର ଯୁବ ପେସ୍ ବୋଲର ୧୯ ବର୍ଷୀୟ ଜେଡେନ୍ ସିଲ୍ସଙ୍କୁ ସ୍ଥାନ ମିଳିଛି। ସୋମବାର ୧୩ଜଣିଆ ଚୂଡ଼ାନ୍ତ ଦଳ ଘୋଷଣା କରାଯିବ। ଇଞ୍ଜୁରି ଯୋଗୁ ଫାଷ୍ଟ ବୋଲର ଚେମର ହୋଲ୍ଡର ସିଲେକ୍ସନ ପାଇଁ ଉପଲବ୍ଧ ହୋଇ ନ ଥିଲେ। ଓ୍ବେଷ୍ଟଇଣ୍ଡିଜ ଦଳରେ ପ୍ରଥମ ଥର ସ୍ଥାନ ପାଇଥିବା ସିଲ୍ସ ମାତ୍ର ୧୦ଟି ପ୍ରଫେସନାଲ ଗେମ୍ ଖେଳିଛନ୍ତି। ତନ୍ମଧ୍ୟରେ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ, ତିନୋଟି ଲିଷ୍ଟ ଏ’ ଗେମ୍ ଏବଂ ଛଅଟି ଟି୨୦ ମ୍ୟାଚ ରହିଛି। ସିଲ୍ସ ଗତବର୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ୍ ସୀମିତ ଓଭର ବିଶିଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଥିଲେ। ଚଳିତ ସପ୍ତାହ ପ୍ରାରମ୍ଭରେ ୪ ଦିନିଆ ଆନ୍ତଃ ଦଳୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୪୦ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ୧୭ ଜଣିଆ ଦଳରେ ଓପନର ସାଇ ହୋପ୍ ଓ କିରନ ପୋଲାର୍ଡ ଏବଂ ଅଲରାଉଣ୍ଡର ରୋଷ୍ଟନ ଚେଜ୍ ସ୍ଥାନ ପାଇଛନ୍ତି। ଏମାନେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଖେଳି ନ ଥିଲେ। ଟେଷ୍ଟ ଦଳର ପ୍ରସ୍ତୁତି ପାଇଁ ପେସ୍ ବୋଲର କିଅନ ହାର୍ଡିଂ, ପ୍ରେଷ୍ଟନ ମ୍ୟାକ୍ସ୍ବିନ ଓ ନିଆଲ ସ୍ମିଥ୍ ପ୍ରମୁଖ ସହାୟତା କରିବେ। ସାର୍ ଭିଭିଆନ ରିଚାଡର୍ସ ଟ୍ରଫି ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଡାରେନ ସାମି କ୍ରିକେଟ ଗ୍ରାଉଣ୍ଡରେ ଜୁନ୍ ୧୦ରୁ ୧୪ ଏବଂ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ବର୍ତ୍ତମାନର ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଚକ୍ରର ଏହା ହେଉଛି ଅନ୍ତିମ ସିରିଜ। ଏଥିରେ ଭଲ ପ୍ରଦର୍ଶନ କରି ଫାଇନାଲ ଚାମ୍ପିୟନଶିପ୍ ଟେବୁଲରେ ନିଜ ସ୍ଥିତିରେ ଉନ୍ନତି ଆଣିବା ଲାଗି ଉଭୟ ଦଳ ଚେଷ୍ଟା କରିବେ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିିଜ ଦଳ: କ୍ରେଗ୍ ବ୍ରାଥ୍ଓ୍ବେଟ୍ (ଅଧିନାୟକ), ଜର୍ମେନ ବ୍ଲାକ୍ଉଡ୍ (ଉପଅଧିତ୍ନାୟକ), ଏନ୍କ୍ରୁମା ବୋନର, ଡାରେନ ବ୍ରାଭୋ, ରୋଷ୍ଟନ ଚେଜ୍, ରକିମ୍ କର୍ନଓ୍ବାଲ, ଯୋଶୁଆ ଡି’ସିଲ୍ଭା, ଶାନନ ଗାବ୍ରିଏଲ୍, ଜାହମାର, ହାମିଲଟନ, ଜାସନ ହୋଲ୍ଡର, ସାଇ ହୋପ୍, ଅଲ୍ଜାରି ଯୋଶେଫ୍, କାଇଲ ମେୟର୍ସ, କିରନ ପାଓ୍ବେଲ, କେମର ରୋଚ୍, ଜେଡେନ ସିଲ୍ସ, ଜୋମେଲ ଓ୍ବାରିକାନ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.