ଆମ ଜିଲା ଖବର

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି) ରହିଛି। ଏହା ନିକଟରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଏକ ରାସ୍ତା ଯାଇଛି। ଏହି ରାସ୍ତା ପଟେ ଅପରାଧୀଙ୍କ ସହଯୋଗୀମାନେ ଉପକାରାଗାର ଭିତରକୁ ମୋବାଇଲ, ଗଞ୍ଜେଇ, ଅଫିମ, ନିଶା ଔଷଧ ଆଦି ପ୍ୟାକେଟ୍‌ କରି ଫିଙ୍ଗି ଦେଉଛନ୍ତି। ଏହାଦ୍ୱାରା ଅପରାଧୀମାନେ ମୋବାଇଲ ଯୋଗେ ନିଜ ଆପରାଧିକ କାରବାର କରିବାକୁ ସମର୍ଥ ହେଉଛନ୍ତି। ଏହି ଅଞ୍ଚଳରେ ଜାମର୍‌ ବ୍ୟବସ୍ଥା କରାଯାଇ ନ ଥିବାରୁ ଅପରାଧୀମାନଙ୍କୁ ବେଶ୍‌ ସୁହାଉଛି। ଏଥିସହ ଉପକାରାଗାର ପରିସରରେ ୱାଚ୍‌ ଟାୱାର ନ ଥିବାରୁ ସମସ୍ୟା ହେଉଛି।
ଉପକାରାଗାରଟି ୫ ଏକର ପରିମିତ ଜମିରେ ରହିଛି। ଏହା ଭିତରେ ୧୬୭ ଜଣ ପୁରୁଷ ଏବଂ ୯ ମହିଳା ଏହିପରି ମୋଟ ୧୭୬ ବନ୍ଦୀ ରହିବା ପାଇଁ ବ୍ୟବସ୍ଥା ରହିଛିି। କିନ୍ତୁ ବର୍ତ୍ତମାନ ୧୬୧ କଏଦୀ ଏଠାରେ ଅଛନ୍ତି। ଏହି ଉପକାରାଗାରରେ ଅନେକ ଅପରାଧୀ ଥିଲେ ସୁଦ୍ଧା ସେମାନଙ୍କ କାର୍ଯ୍ୟକଳାପ ଉପରେ ସେଭଳି ଦୃଷ୍ଟି ଦିଆଯାଉନାହିଁ। ଉପକାରାଗାର ଦକ୍ଷିଣ ପାର୍ଶ୍ୱ ଡି ୱାଲ୍‌ ନିକଟରେ ଯାଇଥିବା ରାସ୍ତାରେ ନାଉଗାଁ ସମେତ ପାଖାପାଖି ୫୦ ଗ୍ରାମର ଲୋକେ ଯିବାଆସିବା କରୁଛନ୍ତି। ନିରୋଳା ସମୟରେ ଅପରାଧୀଙ୍କ ସହଯୋଗୀମାନେ ଏହି ପାଚେରି ପଟେ ଉପକାରାଗାର ଭିତରେ ଥିବା ବନ୍ଦୀଙ୍କୁ ବିଭିନ୍ନ ବେଆଇନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବେଳେବେଳେ ଏହା ଜେଲ୍‌ ୱାର୍ଡରମାନଙ୍କ ହାତରେ ପଡୁଛି। ମାତ୍ର ଅଧିକାଂଶ ସମୟ ବନ୍ଦୀମାନଙ୍କ ହାତକୁ ଏହା ଚାଲିଯାଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ହେବା ଜରୁରୀ। ଡି ୱାଲ୍‌ ପାର୍ଶ୍ୱରେ ୭ ଫୁଟ ଉଚ୍ଚର ଏକ ପାଚେରି ହୋଇଥିଲେ ସୁଦ୍ଧା ଏହାର ଉଚ୍ଚତା ବୃଦ୍ଧି ହୋଇ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଏଥିସହ ଜାମର୍‌ ବ୍ୟବସ୍ଥା ହେଲେ ମୋବାଇଲ ଯୋଗେ କଥାବାର୍ତ୍ତା ସମ୍ଭବ ହେବନି। ସମ୍ପୂର୍ଣ୍ଣ ପରିସର ଅନୁଧ୍ୟାନ କରିବା ପାଇଁ ଅନୂ୍ୟନ ୨ଟି ୱାଚ୍‌ ଟାୱାରର ଆବଶ୍ୟକତା ରହିଛି। ଉପକାରାଗାର ପରିସରରେ ଲାଗିଥିବା ସିସି ଟିଭି କ୍ୟାମେରା ସଂଖ୍ୟା ଯଥେଷ୍ଟ ନୁହେଁ। ତେଣୁ ଏହି ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। କାରାଗାର ଭିତରେ ୭ ପୁରୁଷ ଏବଂ ଗୋଟିଏ ମହିଳା ୱାର୍ଡ ରହିଛି। ସେହିପରି ୪ ପୁରୁଷ ଏବଂ ଗୋଟିଏ ମହିଳା ସେଲ୍‌ କରାଯାଇଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଅଧିକ ବିଶୃଙ୍ଖଳିତ କଏଦୀମାନଙ୍କ ପାଇଁ ଅର୍ଥାତ୍‌ ୫ ଜଣିଆ ଗୋଟିଏ ସେଲ୍‌ ଏବଂ ଜଣିକିଆ ରହିବା ଭଳି ୫ଟି ସେଲ୍‌ କରାଯିବା ଆବଶ୍ୟକ। ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ଡିସ୍ପେନ୍‌ସାରି ଥିଲେ ସୁଦ୍ଧା ଅଧିକ ସୁବିଧା ଦରକାର। ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ବତନ ଜେଲର ରବୀନ୍ଦ୍ର ନାଥ ବେହେରା ଜିଲା ପ୍ରଶାସନ ଏବଂ ବିଭାଗୀୟ ଅତିରିକ୍ତ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଡିଆଇଜି ଗସ୍ତ କରି ଏସବୁ କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ପରିଦର୍ଶନରେ ଆସି ଅନୁଧ୍ୟାନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହାର ପ୍ରତିକାର ହୋଇପାରି ନାହିଁ। ଏସମ୍ପର୍କରେ ଜେଲର ରତିକାନ୍ତ ଶୁକ୍ଳା କହିଛନ୍ତି, ପାଚେରି ପାର୍ଶ୍ୱରେ ବେଳେବେଳେ ନିଶା ଦ୍ରବ୍ୟ ଫିଙ୍ଗା ଯାଉଛି। ବିଭିନ୍ନ ସମୟରେ ଉପକାରାଗାର କର୍ମଚାରୀମାନେ ଏହାକୁ ଜବତ କରୁଛନ୍ତି। ପାଚେରି ଆଉ କିଛି ଉଚ୍ଚ କରାଗଲେ ଏହି ସମସ୍ୟା ରହିବ ନାହିଁ। ୱାଚ୍‌ ଟାୱାର ଓ ଜାମର ଜରୁରୀ ଥିବା ସେ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

ଶତ୍ରୁତାକୁ ନେଇ ପୋଲ ତଳକୁ ଠେଲିଦେଇଥିଲେ

ଦେବଗଡ଼,୨୮ା୫: ଦେବଗଡ଼ ଥାନା ଅଧୀନ ଶୁଳିଆ ପୋଲତଳୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ୨୩ ତାରିଖରେ ଉଦ୍ଧାର କରାଯାଇଥିଲା। ପରେ…

5 years ago

This website uses cookies.