ନୂଆଦିଲ୍ଲୀ,୮।୬: ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦେଶର ସଫଳତମ ରେସଲର ସୁଶୀଲ କୁମାର ପ୍ରୋଟିନ ଶେକ୍ ପାଇଁ ଦାବି କରୁଛନ୍ତି। କେବଳ ଏତିକି ନୁହେଁ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ଲାଗି ସ୍ବତନ୍ତ୍ର ଡାଏଟ୍ ଓ ଏକ୍ସରସାଇଜ କରିବା ପାଇଁ ବ୍ୟାଣ୍ଡ୍ସ ଯୋଗାଇ ଦେବାକୁ ଦାବି କରିଛନ୍ତି ସୁଶୀଲ ।
ଦେଶର ଏକମାତ୍ର ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ଦୁଇ ଥର ପଦକ ହାତେଇଥିବା ସୁଶୀଲ ଉପରୋକ୍ତ ସୁବିଧା ପାଇଁ ଅନୁରୋଧ କରିଛନ୍ତି ଦିଲ୍ଲୀ ହାଇକୋର୍ଟରେ। ସୁଶୀଲଙ୍କ ଆବେଦନର ଶୁଣାଣି ବୁଧବାର ହୋଇପାରେ। ଉଲ୍ଲେଖଯୋଗ୍ୟ, ଜେଲ୍ରେ କଏଦୀଙ୍କୁ ଖାଇବାକୁ ୫ଟି ରୁଟି ସହ ୨ ପ୍ରକାର ତରକାରୀ, ଡାଲି ଓ ଭାତ ଦିନକୁ ଦୁଇ ବେଳା ଦିଆଯାଏ। ଏହା ବାଦ୍ ଜେଲ୍ କ୍ୟାଣ୍ଟିନରୁ ୬ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ କିଣିବାର ସୁବିଧା ମଧ୍ୟ ଦିଆଯାଏ। ତେବେ ଜେଲରେ ଦିଆଯାଉଥିବା ଖାଦ୍ୟ ସୁଶୀଲଙ୍କ ଭଳି ଯୋଦ୍ଧା ପାଇଁ ଯଥେଷ୍ଟ ନୁହେଁ।
ଯୁବ ରେସଲର ସାଗର ଧାଙ୍କରଙ୍କ ହତ୍ୟା ମାମଲାରେ ମେ’ ୨୩ରେ ଗିରଫ ହୋଇଥିଲେ ଚାମ୍ପିୟନ କୁସ୍ତିଯୋଦ୍ଧା। ଦେଶକୁ କୁସ୍ତିଯୋଦ୍ଧାରେ ଅନେକ ପଦକ ଦେଇଥିବା ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ ଗୁରୁତର ହୋଇଥିଲେ ସାଗର। ମେ’ ପ୍ରଥମ ସପ୍ତାହରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ହୋଇଥିଲା। ଗିରଫ ହେବା ଭୟରେ ୩ ସପ୍ତାହ ଧରି ଫେରାର ଥିଲେ ସୁଶୀଲ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.