Categories: ଖେଳ

ମେଲବୋର୍ନ କ୍ଲବର କୋଚ୍‌ ହେବେ ଜୟସୁରିୟା

ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା ପରେ ସେ କ୍ରିକେଟକୁ ଫେରି ମେଲବୋର୍ନ କ୍ଲବ ମୁଲଗ୍ରେଭ୍‌ର କୋଚ୍‌ ଦାୟିତ୍ୱ ତୁଲାଇବେ। ୨୦୧୯ରେ ଆଇସିସି ଦୁର୍ନୀତି ଆଚରଣ ବିଧି ଉଲ୍ଲଂଘନ କରି ଜୟସୁରିୟା ଦୁଇବର୍ଷ ବାସନ୍ଦ ହୋଇଥିଲେ।
ଶ୍ରୀଲଙ୍କା ପୂର୍ବତନ ଓପନର ତିଲକରତ୍ନେ ଦିଲସାନ ୫୧ ବର୍ଷୀୟ ଜୟସୁରିୟାଙ୍କୁ କୋଚ୍‌ ଦାୟିତ୍ୱ ନେବା ଲାଗି ବୁଝାଇବାରେ ସଫଳ ହୋଇଛନ୍ତି ବୋଲି ମୁଲଗ୍ରେଭ୍‌ ଅଧ୍ୟକ୍ଷ ମାଲିନ ପୁଲେନାୟେଗାମ କହିଛନ୍ତି। ଜୟସୁରିୟା କୋଚ୍‌ ହେଲେ ଆମ ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ବିଷୟରେ ବହୁତ କିଛି ଜାଣିବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି। ମୁଲଗ୍ରେଭ୍‌ ପାଇଁ ଦିଲସାନ ଓ ତାଙ୍କ ପୂର୍ବତନ ଟିମ୍‌ ମେଟ୍‌ ଉପୁଲ ଥରଙ୍ଗା ଖେଳୁଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଏହି ଦୁଇ ଖେଳାଳି ଅବସର ନେଇ ସାରିଛନ୍ତି। ଜୟସୁରିୟା ଶ୍ରୀଲଙ୍କା ପାଇଁ ବିଶ୍ୱକପ୍‌ ଜିତିଛନ୍ତି। ସେ ୪୪୫ଟି ଦିନିକିଆ ଓ ୧୧୦ଟି ଟେଷ୍ଟ ଖେଳିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.