ମାଡ୍ରିଡ୍,୨୫।୬: ଆଣ୍ଟିଭାଇରସ୍ ଜଗତର ଜଣାଶୁଣା ନାମ ଜନ୍ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍ର ବାର୍ସିଲୋନାସ୍ଥିତ ଏକ ଜେଲରେ ବୁଧବାର ଠାବ କରାଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବଞ୍ଚାଯାଇପାରି ନାହିଁ ବୋଲି ସ୍ପେନ୍ର ଜଷ୍ଟିସ୍ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି। ସେ ନିଜ ବେକରେ ଦଉଡ଼ି ଲଗାଇ ଆମତ୍ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଜନ୍ ଡେଭିଡ୍ ମେକେଫି ଆଣ୍ଟିଭାଇରସ୍ ସଫ୍ଟଓ୍ବେର ମେକେଫି ଆସୋସିଏଟ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ବିରୋଧରେ ଆମେରିକାରେ ଟିକସ ଠକେଇ ଅଭିଯୋଗ ରହିଥିଲା। ୭୫ ବର୍ଷୀୟ ମେକେଫିଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସ୍ପେନ୍ର ନ୍ୟାଶନାଲ
ଜେଲରେ ଜନ୍…
କୋର୍ଟ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ। କାଟାଲୋନିଆର ପ୍ରିଜନ ସିଷ୍ଟମ୍ ମୁଖପାତ୍ର ଏହି ବିଷୟ ସ୍ପଷ୍ଟ କରିଛନ୍ତି।
ମାମଲା କ’ଣ?
ଟେକ୍ ଓ୍ବାଲର୍ଡରେ ମେକେଫି ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କ କମ୍ପାନୀ ପ୍ରଥମ କମର୍ସିଆଲ୍ ଆଣ୍ଟିଭାଇରସ୍ ସଫ୍ଟଓ୍ବେର ଲଞ୍ଚ କରିଥିଲା। ବିଶ୍ୱର ନୂଆ ଇଣ୍ଡଷ୍ଟ୍ରି ଛିଡ଼ା ହେବାରେ ଏହା ସହାୟକ ହୋଇଥିଲା। ପରେ ମେକେଫି
ସଫ୍ଟଓ୍ବେର
ଟେକ୍ କମ୍ପାନୀ ଇଣ୍ଟେଲକୁ ବିକ୍ରି କରିଦେଇଥିଲେ। ୨୦୨୦ ଅକ୍ଟୋବରରେ ମେକେଫି ସ୍ପେନ୍ରୁ ତୁର୍କୀର ଇସ୍ତାନବୁଲ୍ ଅଭିମୁଖେ ଯାତ୍ରା ପାଇଁ ବାର୍ସିଲୋନା ବିମାନବନ୍ଦରରେ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରଠାରୁ ସେ ସ୍ପେନ୍ରେ ଥିଲେ। ସେ କନ୍ସଲଟାଣ୍ଟ ଓ ପବ୍ଲିକ୍ ସ୍ପିକର ଭାବେ ମଧ୍ୟ ଭଲ ଆୟ କରିଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କରିବା ଓ ନିଜ ଆମତ୍ଜୀବନୀର ଅଧିକାର ବିକ୍ରି କରି ବିପୁଳ ଅର୍ଥ ଆୟ କରିବା ସତ୍ତ୍ୱେ ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଜାଣିଶୁଣି ଟ୍ୟାକ୍ସ ରିଟର୍ନ ଫାଇଲ୍ କରି ନ ଥିଲେ। ଦୋଷ ପ୍ରମାଣିତ ହୋଇଥିଲେ ତାଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଥାଆନ୍ତା। ଗତ ନଭେମ୍ବରରେ ତାଙ୍କ ପ୍ରତ୍ୟର୍ପଣ ରିକ୍ୱେଷ୍ଟ ଫାଇଲ୍ ହୋଇଥିଲା। ଏହା ଅନୁସାରେ ମେକେଫି ଏହି ୪ ବର୍ଷ ଭିତରେ ବେଆଇନ ଭାବେ ୨ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ଆୟ କରିଥିଲେ। କିନ୍ତୁ ଟ୍ୟାକ୍ସ ରିଟର୍ନ ଫାଇଲ କରି ନ ଥିଲେ। ସ୍ପେନ୍ କୋର୍ଟ ବୁଧବାର ମେକେଫିଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ ଲାଗି ଅନୁମତି ଦେଇଥିଲେ। ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇପାରିଥାଆନ୍ତା। ପ୍ରତ୍ୟର୍ପଣ ପାଇଁ ସ୍ପାନିଶ୍ କ୍ୟାବିନେଟର ମଞ୍ଜୁରୀ ମଧ୍ୟ ଆବଶ୍ୟକ ହୋଇଥାଆନ୍ତା।
କହିଥିଲେ ଅବସୋସ ନାହିଁ:
ଜନ୍ ମେକେଫି ୧୯୮୦ରେ ନିଜ ଆଣ୍ଟିଭାଇରସ୍ ସଫ୍ଟଓ୍ବେରରୁ ବିପୁଳ ଅର୍ଥ ଆୟ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ସେ କ୍ରିପ୍ଟୋକରେନ୍ସିର ଏକପ୍ରକାର ଆମତ୍ଘୋଷିତ ଗୁରୁ ପାଲଟିଯାଇଥିଲେ। ସେ ଦିନକୁ ୨୦୦୦ ଡଲାର ଆୟ କରୁଥିବା ଦାବି କରିଥିଲେ। ଟୁଇଟରରେ ତାଙ୍କର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଜୁନ୍ ୧୬ରେ ତାଙ୍କର ଏକ ଟୁଇଟ୍ ଆସିଥିଲା। ମେକେଫି ସେଥିରେ କହିଥିଲେ, ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ମନେହେଉଛି ଯେ ସେ କ୍ରିପ୍ଟୋକରେନ୍ସି ଲୁଚାଇ ରଖିଛନ୍ତି। କିନ୍ତୁ ପ୍ରକୃତରେ ତାଙ୍କ ପାଖରେ କିଛି ବଞ୍ଚତ୍ନାହିଁ। ଅବଶିଷ୍ଟ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ତଥାପି କୌଣସି ବିଷୟକୁ ନେଇ ତାଙ୍କର ଅବସୋସ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.