Categories: ଖେଳ

ଜୁନିୟର ହକି ବିଶ୍ୱକପ୍‌: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲେ ହେଁ ଅନ୍ତର୍ଜାତୀୟ ହକି ଫେଡେରେଶନ ପକ୍ଷରୁ ବୁଧବାର ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି। ଫଳରେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଟେକ୍ନିକାଲ ଅଫିସିଆଲ ଭାବେ କାର୍ଯ୍ୟନିର୍ବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ବିଶ୍ୱରଞ୍ଜନ ପୂର୍ବରୁ ଅନେକ ଜାତୀୟ-ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଫିସିଆଲ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଛନ୍ତି। ଏହାର ପୁରସ୍କାର ସ୍ବରୂପ ତାଙ୍କୁ ସମ୍ମାନଜନକ ଜୁନିୟର ହକି ବିଶ୍ୱକପ୍‌ରେ ଅଫିସିଆଲ ହେବାର ସୁଯୋଗ ମିଳିଛି। ପ୍ରକାଶିତ ତାଲିକା ଅନୁସାରେ ଅନ୍ୟତମ ଓଡ଼ିଆ ବିଭୂକଲ୍ୟାଣ ନାୟକ ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଅଲିମ୍ପିକ୍ସ ପାଇଁ ଏଫ୍‌ଆଇଏଚ୍‌ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଥିଲା। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ମଧ୍ୟ ବିଭୂକଲ୍ୟାଣ ମେଡିକାଲ ଅଫିସର ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ ୨୦୦୭ରୁ ୨ ବର୍ଷ ପାଇଁ ଭାରତୀୟ ୟୁଥ୍‌ ବକ୍ସିଂ ଟିମ୍‌, ୨୦୦୯ରୁ ଭାରତୀୟ ଜାତୀୟ ହକି ଦଳ ସହ ରହି ୨୦୦୯ ଓ ୨୦୧୦ ସୁଲତାନ ଆଜଲାନଶାହ କପ୍‌, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ପୁରୁଷ ହକି ବିଶ୍ୱକପ୍‌ (ନୂଆଦିଲ୍ଲୀ) ଏବଂ ୨୦୧୨ ଦୋହା କାତାର ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଏହି ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ଓଡ଼ିଶାର ଏହି ୨ ଜଣଙ୍କୁ ଛାଡ଼ିଦେଲେ ଆଉ ଜଣେ ଭାରତୀୟ ଏହି ତାଲିକାରେ ରହିଛନ୍ତି। ସେ ହେଉଛନ୍ତି ଦୀପକ ଯୋଶୀ। ସେ ୧୪ ଜଣିଆ ଅମ୍ପାୟର ତାଲିକାରେ ରହିଛନ୍ତି। ଜୁନିୟର ହକି ବିଶ୍ୱକପ୍‌ ପାଇଁ ଆୟୋଜକ ଭାରତକୁ ଛାଡ଼ିଦେଲେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ ଯୋଗ୍ୟତା ହାସଲ କରି ସାରିଛନ୍ତି। ୨୦୨୧ ଜୁନିୟର ଓସେନିଆ କପ୍‌ରୁ ୨, ଜୁନିୟର ଏସିଆ କପ୍‌ରୁ ୩, ଜୁନିୟର ଆଫ୍ରିକା କପ୍‌ରୁ ୨ ଏବଂ ଜୁନିୟର ପାନ୍‌ ଆମେରିକାନ ଚାମ୍ପିୟନଶିପ୍‌ରୁ ୨ଟି ଦଳ ଯୋଗ୍ୟତା ହାସଲ କରିବେ। ମୋଟ ୧୬ ଦଳକୁ ନେଇ ପ୍ରତିଯୋଗିତା ହେବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.