ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ। କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ଛତିଡ଼ିପୁଟ ଗ୍ରାମର ଘାସିରାମ ଗାଧବା ଓ ବଳରାମ ଗାଧବା ବୋଲି ଏସ୍ଡିପିଓ ଅରୂପ ଅଭିଷେକ ବେହେରା ଶୁକ୍ରବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଗତ ୮ତାରିଖରେ କଣ୍ଡାପୁଟ ଜଙ୍ଗଲରେ ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ଘାସିରାମ ଓ ବଳରାମଙ୍କ ସହ ଛତିଡ଼ିପୁଟ ଗ୍ରାମର ୨ଟି ପରିବାର ସହ ଝଗଡ଼ା ହୋଇଥିଲା। ଏନେଇ ଗ୍ରାମରେ ଏକ କଙ୍ଗାରୁ କୋର୍ଟ(ସଭା) ବସିଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଉପେନ୍ଦ୍ର ଗାଧବାଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ୨ ଅଭିଯୁକ୍ତ ଘାସିରାମ ଓ ବଳରାମଙ୍କୁ ୫ ଶହ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା। ଏହି ଅପମାନ ଓ ଜରିମାନାକୁ ନେଇ ଘାସିରାମ ଓ ବଳରାମ ରାଗ ରଖି ୬ ତାରିଖ ସନ୍ଧ୍ୟାରେ ମଦ ପିଇବାକୁ ଉପେନ୍ଦ୍ରଙ୍କୁ ବାଇକରେ ବସାଇ ନେଇଥିଲେ। କଣ୍ଡାପୁଟ ଜଙ୍ଗଲକୁ ନେଇ ଉପେନ୍ଦ୍ରଙ୍କୁ ଛୁରିରେ ଉଭୟେ ଆକ୍ରମଣ କରି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ପରେ ଘାସିରାମ ଓ ବଳରାମ ଗ୍ରାମକୁ ଚାଲି ଆସିଥିଲେ ା ଉପେନ୍ଦ୍ରଙ୍କ ମୃତଦେହ ୮ତାରିଖରେ ସ୍ଥାନୀୟ ବାସିନ୍ଦା ଦେଖି ବାପା ହର ଗାଧବାଙ୍କୁ ଜଣାଇଥିଲେ। ସେ ଜଙ୍ଗଲକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅର ମୃତଦେହ ପଡିଥିବା ଦେଖିଥିଲେ। ଏନେଇ ହରସଦର ଥାନାରେ ଜୁନ୍ ୮ତାରିଖରେ ଅଭିଯୋଗ କରିଥିଲେ ା ଅଭିଯୋଗ କ୍ରମେ ପୋଲିସ ୧୦୧/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.