Categories: ଜାତୀୟ

ଶେଷ ହେଲା ମହାରାଷ୍ଟ୍ର-କର୍ନାଟକ ଜଳ ବିବାଦ

ବେଙ୍ଗାଲୁରୁ,୧୯।୬: ଆପୋଷ ବୁଝାମଣାରେ ମରୁଡି ପ୍ରବଣ ଅଞ୍ଚଳକୁ ଜଳ ଯୋଗାଣ ଓ ବନ୍ୟା ପରିଚାଳନା ପାଇଁ ଉଭୟ ମହାରାଷ୍ଟ୍ର ଓ କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି।

ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦର ସାମାଧାନର ସୂତ୍ର ଖୋଜିବା ପାଇଁ ବେଙ୍ଗାଲୁରୁଠାରେ ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲେ। ଏଥିରେ ଯୋଗଦେଇଥିଲେ କର୍ନାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦିୟୁରପ୍ପା ଓ ରାଜ୍ୟ ଗୃହମନ୍ତ୍ରୀ ବାସଭରାଜ ବୋମାଇ ଏବଂ ମହାରାଷ୍ଟ୍ରର ଜଳ ସମ୍ପଦ ମନ୍ତ୍ରୀ ଜୟନ୍ତ ପାଟିଲ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ୟେଦିରୁପ୍ପା କହିଛନ୍ତି, ଉଭୟ ରାଜ୍ୟ ମଧ୍ୟରେ ବର୍ଷା ସମ୍ପର୍କୀତ ରିଅଲ ଟାଇମ ଡାଟାର ଆଦାନପ୍ରଦାନ କରାଯିବ। ଜଳ ସଂରକ୍ଷଣରୁ ଜଳ ଛଡ଼ାଯିବା ପୂର୍ବରୁ ଅନ୍ୟ ରାଜ୍ୟକୁ ଜଣାଇ ଦିଆଯିବ। ଯାହା ଫଳରେ ବନ୍ୟା ପ୍ରଭାବକୁ ହ୍ରାସ କରାଯାଇପାରିବ। ବନ୍ୟା ପରିଚାଳନା ସମ୍ପର୍କୀତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲୁ। ଉଭୟ ରାଜ୍ୟର ମନ୍ତ୍ରୀ ଓ ସଚିବସ୍ଥରୀୟ ଭଲ ବୁଝାମଣା ଓ ଯୋଗାଯୋଗ ରଖିବାକୁ ନିଷ୍ପତ୍ତି ହୋଇଛି। ଉଭୟ ରାଜ୍ୟ ଦୁଧଗଙ୍ଗା ଡ୍ୟାମ ପ୍ରୋଜେକ୍ଟକୁ ଯଥା ଶୀଘ୍ର ଶେଷ କରିବାକୁ ରାଜି ହୋଇଛନ୍ତି। ଏହି ପ୍ରୋଜେକ୍ଟ ଲାଗି ମହାରାଷ୍ଟ୍ର ମଧ୍ୟ ଫଣ୍ଡ ଯୋଗାଇଦେବ।

ପ୍ରତିବର୍ଷ ଅପ୍ରିଲ ଓ ମେ’ରେ ଜଥ ତାଲୁକ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେଉଥିବାରୁ ୨୦୧୩ଠାରୁ ବନ୍ୟା ସମୟରେ ପାଣି ଛାଡ଼ିବା ପାଇଁ କର୍ନାଟକକୁ ଟଙ୍କା ଦେବାକୁ ପଡ଼ୁଥିଲା। ତେବେ ଦୁଇ ରାଜ୍ୟ ମଧ୍ୟରୁ ଚୁକ୍ତି ହେବା ପରେ କର୍ନାଟକକୁ ଏ ବାବଦକୁ ଟଙ୍କା ଦେବାକୁ ପଡ଼ିବ ନାହିଁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.