କୁଆମରା,୧୧।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ ଅନ୍ତର୍ଗତ କସିବଣୀ ଗଁାକୁ ଛୁଇଁ ପାରିନାହିଁ। ପ୍ରବାହିତ ନାଲୁହା ନଦୀର ଉପରମୁଣ୍ଡରେ ଅବସ୍ଥିତ ଏହି ଗଁାକୁ ଚାରିଚକିଆ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ସବୁ କ୍ଷେତ୍ରରେ ଅବହେଳିତ ଏହି ଗାଁର ଲୋକସଂଖ୍ୟା ୧ ଶହ। ୧୦ ପ୍ରତିଶତ ଶିକ୍ଷିତ ଥିବାବେଳେ ସ୍ବାଧୀନତାର ୭୦ ବର୍ଷ ପରେ ବି ଗ୍ରାମର ଜଣେ ହେଲେ ସରକାରୀ କିମ୍ବା ବେସରକାରୀ ଚାକିରି କରି ନାହାନ୍ତି। ଖଟିଲେ ସମସ୍ତଙ୍କ ଚୁଲି ଜଳେ।
ଦୁର୍ଗମ ଅଞ୍ଚଳରେ ଥିବା ଏହି ଗାଁକୁ ଖବରକାଗଜ ଯାଏନି କି କାହା ଘରେ ଟିଭି ନାହିଁ। କେତେବେଳେ କେମିତି ଜଣେ ଅଧେ ମୋବାଇଲ ଦ୍ୱାରା ଖବର ପାଆନ୍ତି। ଆଖପାଖ ଲୋକଙ୍କଠାରୁ କରୋନା ବିଷୟରେ ଶୁଣି ସେମାନେ ଏବେ ବହୁ ସଚେତନ ଅଛନ୍ତି। ମହାମାରୀ ଲୋକଙ୍କ ଜୀବନ ନେଉଥିବା ଜାଣି ଏହି ଗ୍ରାମର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କରୋନା ରୋକିବା ଲାଗି ୨ ବର୍ଷ ହେଲା ଗାଁରେ ବିବାହ କିମ୍ବା କୌଣସି ଭୋଜି ଭାତ ମଧ୍ୟ ହୋଇନାହିଁ। ସାପ୍ତାହିକ ହାଟକୁ ଗଲେ ଲୋକେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେଉଛନ୍ତି। ଗ୍ରାମର ଜଣେ ବି କେହି କୋଭିଡ୍ ଟିକା ନେଇ ନ ଥିବା ବେଳେ ସମସ୍ତେ ସରକାରଙ୍କ କଟକଣା ମାନି ଚଳୁଥିବା ଗ୍ରାମର ଲକ୍ଷ୍ମୀଧର ମାରାଣ୍ଡି, ବିରାମ ମାରାଣ୍ଡି, ବୈଦ୍ୟନାଥ ମାଝି, ଦେବେନ୍ଦ୍ର ମାଝି ଓ ରୁହିଆ ସୋରେନ ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ସସ୍ମିତା ନାୟକଙ୍କୁ ପଚାରିବାରୁ ଉକ୍ତ ଗାଁର କୌଣସୀ ଲୋକଙ୍କଠାରେ ଅଦ୍ୟାବଧି କରୋନା ଲକ୍ଷଣ ପ୍ରକାଶ ପାଇନାହିଁ। ତେଣୁ ସେମାନଙ୍କର କୋଭିଡ୍ ଟେଷ୍ଟର ଆବଶ୍ୟକତା ପଡ଼ିନାହିଁ ବୋଲି କହିଛନ୍ତି। ତେବେ କରୋନା ଏବେ ଗାଁ ମୁହଁା ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ଗାଁରେ ଅଧିକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ଲାଗି ମତ ପ୍ରକାଶ ପାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.