ଠିକ୍ ଭାବରେ ଜିନିଷ ସାଇତି ରଖିଲେ ଫ୍ରିଜ୍ ଶୀଘ୍ର ଅପରିଷ୍କାର ହେବ ନାହିଁ। ତେଣୁ କେଉଁ ଜିନିଷ କେଉଁଠି ରଖିବେ ସେ ସମ୍ପର୍କରେ ଭଲଭାବେ ଜାଣି ରଖନ୍ତୁ…
ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ଓ ବଳକା ଖାଦ୍ୟକୁ ଫ୍ରିଜ୍ର ଉପର ଥାକରେ ରଖନ୍ତୁ। ଫଳରେ ଆପଣ ରଖିଥିବା ଜିନିଷ ଭୁଲିବେ ନାହିଁ ଏବଂ ଖାଦ୍ୟ ନଷ୍ଟ ହେବ ନାହିଁ।
ଜିନିଷର ପ୍ରକାର ଦେଖି ସେହି ଅନୁସାରେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ। ଅର୍ଥାତ୍ ସବୁ ପ୍ରକାରର ଚକୋଲେଟକୁ ଗୋଟିଏ ସ୍ଥାନରେ ରଖନ୍ତୁ। ସେହିପରି ଫଳ କିମ୍ବା ପରିବାକୁ ବି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ। ଏପରି କରିବା ଫଳରେ ଆପଣଙ୍କର ସମୟ ବଞ୍ଚିବା ସହିତ ଅଧିକ ଜିନିଷ ରଖି ପାରିବେ।
ଫ୍ରିଜ୍ରେ ପ୍ରତ୍ୟେକ ଜିନିଷକୁ ବୁଦ୍ଧି ପ୍ରୟୋଗ କରି ରଖନ୍ତୁ। କେଉଁଠି ବୋତଲ ରଖିବେ, କେଉଁଠି ଟିଫିନ ରଖିବେ ସେନେଇ ଠିକ୍ ଭାବେ ଚିନ୍ତା କରି ରଖନ୍ତୁ। ନଚେତ୍ ବେଳେବେଳେ ଫ୍ରିଜ୍ ଖୋଲିବା ମାତ୍ରେ ଅନେକ ଜିନିଷ ପଡି ନଷ୍ଟ ହୋଇଯାଏ।
ଫ୍ରିଜ୍ରେ ଆପଣ ବଜାରରୁ ଅନ୍ୟ ଥାକ ଆଣି ଭିତରେ ଜିନିଷ ରଖିପାରିବେ। ଫ୍ରିଜ୍ ଭିତରେ ଛୋଟ ଛୋଟ ଢାଙ୍କୁଣୀ ଥିବା ବକ୍ସ ଭିତରେ ବିଭିନ୍ନ ପ୍ରକାରର ଜିନିଷ ଆରାମରେ ରଖିପାରିବେ। ଏପରି କରିବା ଫଳରେ ଅଧିକ ସ୍ଥାନ ମିଳିପାରିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.