କେନ୍ଦୁଝର,୧୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜାମୁକୋଳି ପଡ଼ୋଶୀ ରାଜ୍ୟରେ ଚାହିଦା ଅଧିକ। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ କେନ୍ଦୁଝର ଜାମୁକୋଳି ବହୁଳ ମାତ୍ରାରେ ବିକ୍ରି ହେଉଛି। ବାହାର ବେପାରୀମାନେ ଜିଲାରୁ କୋଳି କିଣି ନେଇ ବିକି ଲାଭବାନ ହେଉଥିବାବେଳେ ଏହି ଜିଲାର ଜାମୁକୋଳି ସଂଗ୍ରହକାରୀ ସେଭଳି ଲାଭ ପାଇ ପାରୁନାହାନ୍ତି। ଜାମୁକୋଳି ଡାଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ହୋଇଥିବାରୁ ସେଠାରେ ଏହାର ଚାହିଦା ଖୁବ୍ ବେଶୀ। ଏପରିକି ଉପରୋକ୍ତ ରାଜ୍ୟରେ ଅଙ୍ଗୁର ଦର୍ରେ କେନ୍ଦୁଝର ଜାମୁକୋଳି ବିକ୍ରି ହୋଇଥାଏ ବୋଲି ବେପାରୀମାନେ କୁହନ୍ତି। ପ୍ରତି ବର୍ଷ ଏହି ଜିଲାରୁ ଟ୍ରିପ୍ଟ୍ରିପ୍ ଜାମୁ କୋଳି ବାହାର ରାଜ୍ୟକୁ ଯାଉଥିବାବେଳେ ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ କମ୍ ସଂଗ୍ରହ ହୋଇ ବାହାରକୁ ଚାଲାଣ ହେଉଥିବା ଝାଡ଼ଖଣ୍ଡରୁ ଆସିଥିବା ବ୍ୟବସାୟୀ ମୂରଲୀ ରାମ କହିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାରେ ବଣପାହାଡ, ଘରବାଡ଼ି ତଥା ରାସ୍ତା କଡ଼ରେ ବହୁ ଜାମୁ କୋଳି ଗଛ ରହିଛି। ବର୍ଷା ଋତୁରେ ଜାମୁକୋଳି ପାଚିଥାଏ। ଯାହାକୁ ବନବାସୀମାନେ ସଂଗ୍ରହ କରି ହାଟବଜାରରେ ବିକ୍ରି କରିଥାନ୍ତି। ସେହିପରି ଏହି ଜାମୁକୋଳିକୁ ବାହାର ରାଜ୍ୟର ବେପାରୀମାନେ ଆସି କ୍ୟାମ୍ପ କରି କୋଳି ସଂଗ୍ରହ କରି ଟ୍ରକ୍ ଯୋଗେ ନେଇଥାନ୍ତି। ବ୍ୟାଗ୍ ପିଛା ୧୦୦ରୁ ୧୫୦ ଟଙ୍କାରେ କିଣିଥାନ୍ତି।ବାହାର ରାଜ୍ୟରେ ଏହି ଜାମୁକୋଳିକୁ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥାଏ ବୋଲି ବେପାରୀମାନେ କୁହନ୍ତି।
ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକ କହିଛନ୍ତି ଯେ, ବନଜାତ ଫଳମୂଳକୁ ଆଦିବାସୀମାନେ ବିକ୍ରିବଟା କରି ଜୀବିକା ନିର୍ବାହ କରିଥାନ୍ତି। ତେବେ ସେସବୁର ବିକ୍ରିବଟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିଲେ ହେଁ ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି।
ନରେଶ ଚନ୍ଦ୍ର ପଟ୍ଟନାୟକ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.