ଡବଲିନ,୧୮ା୬: ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଆୟର୍ଲାଣ୍ଡ ଆଗରେ ୩୨୮ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା ଇଂଲଣ୍ଡ। ବଡ଼ ସ୍କୋରର ପିଛା କରୁଥିବା ଆୟର୍ଲାଣ୍ଡ ୧୧୧ ରନ୍ରେ ୫ ଉଇକେଟ ହରାଇ ନିଶ୍ଚିତ ପରାଜୟ ଆଡ଼େ ମୁହଁାଉଥିଲା। କିନ୍ତୁ ମ୍ୟାଚ୍ର ଭାଗ୍ୟ ବଦଳି ଦେଇଥିଲେ କେଭିନ ଓ’ବ୍ରେନ। ତାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଅନ୍ତିମ ଓଭରରେ ମ୍ୟାଚ୍ ଜିତିନେଇଥିଲା ଆୟର୍ଲାଣ୍ଡ। ମାତ୍ର ୫୦ ବଲରେ ଶତକ ପୂରଣ କରିଥିଲେ କେଭିନ। ଏହା ଏବେ ମଧ୍ୟ ଦିନିକିଆ ବିଶ୍ୱକପ୍ ଇତିହାସର ଦ୍ରୁତତମ ଶତକ। ଆଉ ଏହା ଥିଲା ତାଙ୍କ କ୍ୟାରିୟରର ସବୁଠୁ ସ୍ମରଣୀୟ ଇନିଂସ। ଏହି ୩୭ ବର୍ଷୀୟ ଅଲରାଉଣ୍ଡର ଶୁକ୍ରବାର ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କ୍ୟାରିୟରରେ ୧୫୨ ଦିନିକିଆ ମ୍ୟାଚ୍ ଖେଳିଥିବା କେଭିନଙ୍କ ନାମରେ ରହିଛି ୩,୬୧୯ ରନ୍। ଏଥିରେ ସାମିଲ ଅଛି ୨ ଶତକ ଓ ୧୮ ଅର୍ଦ୍ଧଶତକ। ତା’ ସାଙ୍ଗକୁ ୧୧୪ ଉଇକେଟ ମଧ୍ୟ ନେଇଥିଲେ। ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଟି୨୦ ଓ ଟେଷ୍ଟ ଫର୍ମାଟରେ ଖେଳିବା ଜାରି ରଖିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.