Categories: ଖେଳ

ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ ଏଭଳି କରିବାରେ ଏକମାତ୍ର କ୍ରିକେଟର ଅଟନ୍ତି। ଗତବର୍ଷ ପ୍ରାୟ ୧୯୭ କୋଟି (୨୬ ମିଲିୟନ ଡ଼ଲାର) ସହିତ ୬୬ତମ ସ୍ଥାନରେ ରହିଥିବା କୋହଲି ଚଳିତବର୍ଷ ୫୯ ନମ୍ବର ସ୍ଥାନରେ ପହଞ୍ଚିନ୍ତି । ତାଙ୍କର ରୋଜଗାର ପ୍ରାୟ ୩୨ କୋଟି ଟଙ୍କା ବୃଦ୍ଧି ପାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ କୋହଲି ମଧ୍ୟ ୧୨ ମାସ ମଧ୍ୟରେ ପ୍ରାୟ ୨୨୯ କୋଟି ଟଙ୍କା (୩୧.୫ମିଲିୟନ ଡ଼ଲାର) ରୋଜଗାର କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୨୫କୋଟି (୩.୫ମିଲିୟନ ଡଲାର୍‌) ଦରମା ଏବଂ ପ୍ରାୟ ୨୦୪ କୋଟି (୨୮ମିଲିୟନ ଡଲାର୍‌) ବିଜ୍ଞାପନରୁ ଆସିଛି। କୋହଲି ୧୮୯ କୋଟି ରୋଜଗାର ସହିତ ୨୦୧୯ ରେ ୧୦୦ ତମ ସ୍ଥାନରେ ରହିଥିଲେ।
ମିକ୍ସଡ ମାର୍ଶଲ ଆର୍ଟ (ଏମ୍‌ଏମ୍‌ଏ) କିମ୍ବଦନ୍ତୀ କନୋର ମ୍ୟାକଗ୍ରେଗୋର ହେଉଛି ବିଶ୍ୱର ୧୫ର ସର୍ବାଧିକ ବେତନ ପ୍ରାପ୍ତ ଖେଳାଳି ଯିଏକି ପ୍ରାୟ ୧୫୧୭ କୋଟି ଟଙ୍କା (୨୦୮ ନିୟୁତ) ରୋଜଗାର କରିଛି। କିମ୍ବଦନ୍ତୀ ଫୁଟବଲର୍‌ ଲିଓନେଲ ମେସି ୯୧୯ କୋଟି (୧୨୬ ନିୟୁତ)ରେ ଦ୍ୱିତୀୟ ଏବଂ କ୍ରିଷ୍ଟିଆନୋ ରୋନାଲଡୋ ୮୭୫ କୋଟି (୧୨୦ ନିୟୁତ) ତୃତୀୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ଶତକ ମଧ୍ୟରେ ନାଓମି ଓସାକା ଏବଂ ସେରେନା ୱିଲିୟମ୍ସ କେବଳ ଦୁଇଜଣ ମହିଳା ଖେଳାଳି ଅଛନ୍ତି। ଦୁହେଁ ଟେନିସର। ଓସାକା ୪୦୨ କୋଟି ଟଙ୍କା (୫୫.୨ ନିୟୁତ) ସହିତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଖେଳାଳି । ୨୫୯କୋଟି (୩୫.୫ ମିଲିୟନ) ସହିତ ସେରେନା ୪୪ ନମ୍ବରରେ ଅଛନ୍ତି। ନୋଭାକ ଜୋକୋଭିକ ୫୨୩ ନମ୍ବରରେ ୨୪୩କୋଟି (୩୩.୪ ମିଲିୟନ) ଏବଂ ରାଫେଲ ନାଡାଲ ୧୯୩ କୋଟି (୨୬.୫ ମିଲିୟନ) ରେ ୯୨ ନମ୍ବରରେ ଅଛନ୍ତି। ଗତ ଥର ୬୧୨ କୋଟି (୮୪ ନିୟୁତ) ଟପିଥିବା ରୋଜର ଫେଡେରର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.