ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଫାଇନାଲ ହାରିଯିବା ପରେ ବିରାଟ କୋହଲି ଦଳର ଭୁଲ ବିଷୟରେ ଉଲ୍ଲେଖ କରିଥିଲେ କିନ୍ତୁ ଏହି ମ୍ୟାଚରେ ଏକାଦଶ ଚୟନକୁ ନେଇ ପଶ୍ଚାତାପ ନାହିଁ ବୋଲି କହିଥିଲେ। ମ୍ୟାଚ ପରେ ବିରାଟ କୋହଲି କହିଛନ୍ତି ଯେ, ଫାଇନାଲ୍ର ଗୋଟିଏ ଦିନ ପୂର୍ବରୁ ଏକାଦଶ ଖେଳିବା ଘୋଷଣା କରିଥିବାରୁ ସେ କୌଣସି ଦୁଃଖିତ ନୁହଁନ୍ତି। କାରଣ ତୁମ ଦଳରେ ସର୍ବଦା ଅଲରାଉଣ୍ଡର ଦରକାର। ଆମ ଦଳର କିଛି ବ୍ୟାଟ୍ସମ୍ୟାନ୍ ରନ୍ କରିବାରେ ବିଫଳ ହୋଇଥିଲେ ତେଣୁ ଆମେ ପରାଜୟର ସାମ୍ନା କରିଥିଲୁ ବୋଲି କହିଛନ୍ତି। ତାଙ୍କ ଦଳ ୩୦ରୁ ୪୦ ରନ କମ ସ୍କୋର କରିଛି। ବିରାଟ କୋହଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ ଟେଷ୍ଟ କ୍ରିକେଟ ପାଇଁ ସର୍ବୋତ୍ତମ ଟୁର୍ନାମେଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି, ଟେଷ୍ଟ କ୍ରିକେଟ ହେଉଛି ହୃଦସ୍ପନ୍ଦନ ଏବଂ ଏହି ଟୁର୍ନାମେଣ୍ଟ ଆରମ୍ଭ କରି ଆଇସିସି ବହୁତ ଭଲ କାମ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.