ସାଉଥାମ୍ପଟନ,୨୪।୬: ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଅଧିନାୟକ ବିରାଟ କୋହଲି। ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଦଳକୁ ଗୋଟିଏ ଫାଇନାଲ ଆଧାରରେ ନୁହେଁ ବରଂ ତିନୋଟି ଫାଇନାଲର ଶ୍ରେଷ୍ଠ ଆଧାରରେ ବିଚାର କରାଯିବା ଉଚିତ।
ମ୍ୟାଚ୍ ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି, ଗୋଟିଏ ଫାଇନାଲ ମ୍ୟାଚ୍ରୁ ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଦଳ ନିର୍ଣ୍ଣୟ କରିବା ସପକ୍ଷରେ ମୁଁ ନୁହେଁ। ଯଦି ଟେଷ୍ଟ ସିରିଜ ହୋଇଥାଏ ତେବେ ତିନୋଟି ଟେଷ୍ଟରୁ କେଉଁ ଦଳର ପ୍ରତ୍ୟାବର୍ତ୍ତନ କରିବାର କ୍ଷମତା ରହିଛି ଜଣାପଡ଼ିଥାଏ। ଯେପରି ତୁମେ ଦୁଇ ଦିନ ଭଲ ଖେଳିଛ ଏବଂ ହଠାତ୍ ତୁମେ ଭଲ ଟେଷ୍ଟ ଦଳ ନୁହଁ ବୋଲି କୁହାଯାଏ। ମୁଁ ଏହାକୁ ବିଶ୍ୱାସ କରେ ନାହିଁ ବୋଲି ବିରାଟ କହିଛନ୍ତି।
ପୂର୍ବରୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଶାସ୍ତ୍ରୀ ତିନୋଟି ଫାଇନାଲ ଶ୍ରେୟ ବୋଲି କହିଥିଲେ। ଭବିଷ୍ୟତରେ ଏହାକୁ ବିଚାର କରାଯିବା ଉଚିତ। ତିନୋଟି ମ୍ୟାଚ୍ରେ ପ୍ରୟାସ, ଉତ୍ଥାନ-ପତନ, ପରିସ୍ଥିତି ବଦଳିଯାଇଥାଏ। ତ୍ରୁଟି ସଂଶୋଧନ କରିବାର ସୁଯୋଗ ମିଳିଥାଏ। ଏହାପରେ ଚାମ୍ପିୟାନ କିଏ ତାହା ଜଣାପଡେ ବୋଲି ସେ କହିଥିଲେ।
ଏବେ ବିରାଟ କଥା କାଳରେ ଆଇସିସିକୁ ଚେତାବନୀ ଦେଇଛନ୍ତି। ବିଶେଷକରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଫର୍ମାଟକୁ ଆହୁରି ଉନ୍ନତ କରିବାକୁ ହେବ ବୋଲି ସେ ଇଙ୍ଗିତ ଦେଇଛନ୍ତି। ନ୍ୟୁଜିଲାଣ୍ଡଠାରୁ ହାରିବା ଦୁଇ ବର୍ଷ ମଧ୍ୟରେ ତାଙ୍କ ଦଳର ସଫଳତାକୁ ଦର୍ଶାଉ ନାହିଁ। ଏହାଦ୍ୱାରା ଆମେ ଚିନ୍ତିତ ନୁହଁ। କାରଣ ଗତ ୩ରୁ ୪ ବର୍ଷ ଧରି ଭଲ ପ୍ରଦର୍ଶନ କରିଆସୁଛୁ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.