କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଲୋକମାନେ ହାହାକାର ହେଉଥିବା ବେଳେ ସେମାନଙ୍କର ଚିକିତ୍ସାରେ ବାଧା ଉପୁଜିଛି। ହେଲେ ଏବେ କାଲକାତାର ଜଣେ ବୈଜ୍ଞାନିକ ଏହି ସମସ୍ୟାର ସମାଧାନ ବାଟ ଖୋଜିନେଇଛନ୍ତି। ସେ କୋଭିଡ ରୋଗୀଙ୍କ ପାଇଁ ଏକ ପକେଟ ଭେଣ୍ଟିଲେଟର ତିଆରି କରିଛନ୍ତି। ସୂଚନାଯୋଗ୍ୟ, କୋଲକାତାରେ ରହୁଥିବା ଡାକ୍ତର ରାମେନ୍ଦ୍ର ଲାଲ ମୁଖାର୍ଜୀ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଲଗାତର ଭାବେ ସେ ଏହିଭଳି ଉଦ୍ଭାବନ ଜାରି ରଖିଛନ୍ତି। ରମେନ୍ଦ୍ର ବ୍ୟାଟେରୀ ଦ୍ୱାରା ପରିଚାଳିତ ହେଉଥିବା ଏକ ପକେଟ ଭେଣ୍ଟିଲେଟର ତିଆରି କରିଛନ୍ତି। ଯାହାଦ୍ୱାରା ରୋଗୀଙ୍କୁ ତୁରନ୍ତ ଆରାମ ମିଳିପାରିବ। ଏହା ସହଜରେ କାମ କରିବା ସହ ଶସ୍ତା ମଧ୍ୟ। ଯଦି କୌଣସି ରୋଗୀଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୁଏ ତେବେ ଏହା ତାଙ୍କ ପାଇଁ ଲାଭଦାୟକ ରହିବ। ସୂଚନା ମୁତାବକ ଗତ କିଛି ଦିନ ପୂର୍ବରୁ ରମେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଅକ୍ସିଜେନ ସ୍ତର ୮୮ ତଳକୁ ଖସିଯାଇଥିଲା। ସେତେବେଳେ ପରିବାରଲୋକେ ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ। ତେବେ ସୁସ୍ଥ ହେବା ପରେ ରୋଗୀଙ୍କ ସାହାଯ୍ୟ ପାଇଁ ତାଙ୍କ ମନରେ ଏକ ଯୋଜନା ଆସିଥିଲା। ପରେ ଏହା ଉପରେ କାର୍ଯ୍ୟ ସେ କରିବା ଆରମ୍ଭ କରିଦେଇଥିବା ବେଳେ ମାତ୍ର ୨୦ ଦିନରେ ପକେଟ ଭେଣ୍ଟିଲେଟର ତିଆରି କରିଥିଲେ।
ଏହାର ଓଜନ ପ୍ରାୟ ୨୫୦ ଗ୍ରାମ୍ ହୋଇଥିବା ବେଳେ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ। ଏଥିରେ ୨ଟି ୟୁନିଟ ଯଥା ପାଓ୍ବାର ଓ ଭେଣ୍ଟିଲେଟର ରହିଛି, ଯାହା ମାସ୍କ ସହିତ ଜଡ଼ିତ ଅଛି। ଏକ ବଟନ ଦବାଇବା ମାତ୍ରେ ହିଁ ଭେଣ୍ଟିଲେଟର କାମ କରିବା ସହ ରୋଗୀଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବ। ଥରେ ଏହାକୁ ଚାର୍ଜ କଲେ ପ୍ରାୟ ୮ଘଣ୍ଟା ଏହା କାମ କରିବ। ଆଉ ଏହାକୁ ସ୍ମାର୍ଟ ଫୋନର ଚାର୍ଜର ଦ୍ୱାରା ଚାର୍ଜ କରାଯାଇପାରିବ। ଯଦି ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏଥିରେ ଥିବା ୟୁଭି ଫିଲଟର ଭାଇରସ୍କୁ ମାରିବାରେ ସହାୟକ ହେବା ସହ ବାୟୁକୁ ସଫା କରିଥାଏ ବୋଲି ରମେନ୍ଦ୍ର କହିଛନ୍ତି। କେବଳ ସେତିକି ନୁହେଁ ଏହି ଭେଣ୍ଟିଲେଟର ଦ୍ୱାରା ଭାଇରସ୍ କମ୍ ବ୍ୟାପିବା ସହ ରୋଗୀ ଓ ଡାକ୍ତରଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଏହା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ବୋଲି ରମେନ୍ଦ୍ର କହିଛନ୍ତି। ତେବେ ତାଙ୍କର ଏହି ପକେଟ ଭେଣ୍ଟିଲେଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.