ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍ ମାରିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ଅଫ୍। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତଙ୍କ ଭଳି ଅନେକ ତାରକା ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ମାତ୍ର ୨୧୭ ରନ୍ରେ ଅଟକି ଯାଇଛି ଭାରତୀୟ ଦଳ। ଏହାର ମୁଖ୍ୟ କାରଣ ସାଜିଥିଲେ କାଇଲ ଜେମିସନ। ସେ ୫ ଉଇକେଟ ନେଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ନେଲ ଓ୍ବାଗନର (୨) ଓ ଟ୍ରେଣ୍ଟ ବୋଲ୍ଟ (୨)।
ପୂର୍ବଦିନର ସ୍କୋର (୧୪୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ମାତ୍ର ୭୧ ରନ୍ରେ ବଳକା ୭ ଉଇକେଟ ହରାଇ ୨୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ତୃତୀୟ ଦିନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସୁଇଙ୍ଗ୍ ମିଳିଥିଲା, ଯାହାକି ପାଲଟିଥିଲା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ। ଅଧିନାୟକ କୋହଲି (୪୪), ପନ୍ତ (୪), ରାହାନେ (୪୯), ରବିଚନ୍ଦ୍ରନ ଅଶ୍ୱିନ (୨୨) ଓ ରବୀନ୍ଦ୍ର ଜାଡେଜା (୧୫) ଫେଲ୍ ମାରିଥିଲେ। ଫଳରେ ୯୨.୧ ଓଭରରେ ଭାରତ ୨୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.