Categories: ବାଣିଜ୍ୟ

କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍‌

ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍‌ ବିଲ୍‌ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତିର ଚୂଡାନ୍ତ ପର୍ଯ୍ୟାୟରେ ରହିଛନ୍ତି। ଏହା ଆସିଲେ କର୍ମଚାରୀଙ୍କ ହାତକୁ ଆସୁଥିବା ଅର୍ଥ କମିବାକୁ ଥିବା ବେଳେ କମ୍ପାନୀଙ୍କ ଭବିଷ୍ୟନିଧି ଲାଏବିଲିଟି ବଢିବ ବୋଲି କୁହାଯାଉଛି। ଆଗାମୀ ଦିନରେ ବେସିକ୍‌ ପେ ଏବଂ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ପ୍ରଦାନ ହିସାବରେ ମଧ୍ୟ ପରିବର୍ତ୍ତନ ଆସିବ। ଆସିବାକୁ ଥିବା ୪ କୋଡ୍‌ ମଧ୍ୟରେ ଇଣ୍ଡଷ୍ଟ୍ର୍ରିଆଲ ରିଲେସନ, ଓ୍ବେଜେସ, ସୋସିଆଲ ସିକ୍ୟୁରିଟି ଏବଂ ଅକ୍ୟୁପେଶନାଲ ହେଲଥ ସେଫ୍ଟି ଆଣ୍ଡ ଓ୍ବାର୍କିଂ କଣ୍ଡିସନ। ୪୪ କେନ୍ଦ୍ରୀୟ ଶ୍ରମ ଆଇନରେ ମିଶ୍ରଣରେ ଏହି କୋଡ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ୪ କୋଡ୍‌ ଲାଗି କେନ୍ଦ୍ର ନିୟମ ଚୂଡାନ୍ତ କରିସାରିଛି। ମାତ୍ର ରାଜ୍ୟଗୁଡିକ ପରିସରରେ ଆସୁଥିବା ନିୟମକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଏବେ ଯାଏ ଅନେକାଂଶ ରାଜ୍ୟ ସ୍ଥିତିରେ ନାହାନ୍ତି।
ଶ୍ରମ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ନିୟମ ପ୍ରଣୟନ କରିପାରିବେ। ନିୟମକୁ ଚୂଡାନ୍ତ କରିବା ଲାଗି ବର୍ତ୍ତମାନ କିଛି ରାଜ୍ୟ ପ୍ରକ୍ରିୟା ଜାରି କରିଛନ୍ତି। ରାଜ୍ୟଗୁଡିକ କେବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ ତାକୁ ନେଇ ସବୁ ବେଳେ କେନ୍ଦ୍ର ଅପେକ୍ଷା କରିପାରିବ ନାହିଁ। ଏଣୁ ଆଗାମୀ କିଛି ମାସରେ ଏହି ନିୟମ ନେଇ ବିଜ୍ଞକ୍ତି ଜାରି କରିବାକୁ କେନ୍ଦ୍ର ତତ୍ପରତା ପ୍ରକାଶ କରିଛି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ରାଜ୍ୟ ଅଦ୍ୟାବଧି ଡ୍ରାଫ୍ଟ ନିୟମ ଜାରି କରିଛନ୍ତି। ଏହା ମଧ୍ୟରେ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହରିୟାଣା, ଓଡ଼ିଶା, ପଞ୍ଜାବ, ଗୁଜରାଟ, କର୍ନାଟକ ଏବଂ ଉତ୍ତରାଖଣ୍ଡ ରହିଛି।
ନୂଆ ନିୟମରେ ଭତ୍ତାକୁ ୫୦%ରେ ସୀମାବଦ୍ଧ କରାଯାଇଛି। ଏହାର ଅର୍ଥ ହେଲା କର୍ମଚାରୀ ପାଉଥିବା ମୋଟ ବେତନର ପ୍ରାୟ ଅଧା ବେସିକ୍‌ ଓ୍ବେଜ ବା ମୂଳ ବେତନ ହୋଇପାରେ। ଭବିଷ୍ୟନିଧି ପାଣ୍ଠିକୁ କେତେ ଯୋଗଦାନ ରହିବ ବେସିକ ଓ୍ବେଜର ପ୍ରତିଶତକୁ ନେଇ ବିଚାର କରାଯିବ। ଏହା ମଧ୍ୟରେ ବେସିକ ପେ ଏବଂ ମହଙ୍ଗା ମଧ୍ୟ ରହିଛି। ବର୍ତ୍ତମାନ ନିଯୁକ୍ତିଦାତା ବେତନକୁ ଅନେକ ପ୍ରକାର ଭତ୍ତାରେ ବାଣ୍ଟି ଦେଉଛନ୍ତି। ଫଳରେ ମୂଳ ବେତନ କମ୍‌ ରହୁଛି। ଏହାଦ୍ୱାରା ଭବିଷ୍ୟନିଧି ଏବଂ ଆୟକର ଯୋଗଦାନ ମଧ୍ୟ ନିମ୍ନରେ ରହୁଛି। ନୂଆ ବିଲ୍‌ରେ ଭବିଷ୍ୟନିଧି ଯୋଗଦାନ ମୋଟ ବେତନର ୫୦% ହିସାବରେ ନିର୍ଦ୍ଧାରଣ କରାଯିବ। ଏହା ଲାଗୁ ହେଲେ କର୍ମଚାରୀଙ୍କ ହାତକୁ ଆସୁଥିବା ବେତନ କମିବ। ନିଯୁକ୍ତିଦାତାଙ୍କ ଭବିଷ୍ୟନିଧି ଲାଏବିଲିଟି ଅନେକ କ୍ଷେତ୍ରରେ ବୃଦ୍ଧି ହେବ। ଆଗାମୀ ଦିନରେ ବେତନ କୋଡ୍‌ ଅନୁସାରେ ନିଯୁକ୍ତିଦାତା ପ୍ରଦାନ କରୁଥିବା ସେମାନଙ୍କ ବେତନ ଢାଞ୍ଚାକୁ ପୁଣିଥରେ ପୁନର୍ଗଠନ କରିବେ। ଏହାଦ୍ୱାରା ଇଜ ଅଫ ଡୁଇଂ ବିଜ୍‌ନେସ୍‌ରେ ଉନ୍ନତି ଆସିବ ବୋଲି କୁହାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.