ନୂଆଦିଲ୍ଲୀ,୯।୬: ଏବେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଙ୍କଟରେ ପଡ଼ିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡା ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ଅଭାବ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଅଫିସ କାମ ଅଚଳର ହେବାରେ ଲାଗିଛି। ଉଚ୍ଚ ଅଧିକାରୀଙ୍କ ଅଭାବ ପୂରଣ କରିବା ଲାଗି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତା ଲୋଡାଯାଇଛି। କାର୍ମିକ ମନ୍ତ୍ରଣାଳୟ ଚିଠି ଲେଖି ଉପସଚିବ, ନିର୍ଦ୍ଦେଶକ ଏବଂ ସଂୟୁକ୍ତ ସଚିବ ସ୍ତରୀୟ ଅଧିକାରୀଙ୍କୁ ଡେପୁଟେଶନ (ପ୍ରତିନିଯୁକ୍ତି)ରେ କେନ୍ଦ୍ରକୁ ପଠାଇବା ଲାଗି ଅନୁରୋଧ କରାଯାଇଛି। କେନ୍ଦ୍ରୀୟ କର୍ମଚାରୀ ଯୋଜନା (ସିଏସ୍ଏସ୍)ରେ ପୂର୍ଣ୍ଣକାଳ ନିଯୁକ୍ତ ରହିବାର ସମ୍ଭାବନା ଥିବା ଅଧିକାରୀଙ୍କ ନାମ ତାଲିକା ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ୨୦୨୦ ଡିସେମ୍ବରରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସତର୍କତା ଅଧିକାରୀ (ସିବିଓ) ଏବଂ ସିପିଏସ୍ଇ ପଦବୀ ଲାଗି ନାମ ତାଲିକା ରାଜ୍ୟ ସରକାରଙ୍କଠାରୁ ଲୋଡାଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଇଥିବା ତାଲିକା ଖୁବ୍ କମ୍ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.