ମୁମ୍ବାଇ,୬।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ମ୍ୟାଚ୍ ପ୍ରାକ୍ଟିସର ଅଭାବ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଚିନ୍ତିତ ନୁହନ୍ତି। କିନ୍ତୁ ପୂର୍ବତନ ଅଧିନାୟକ ଦୀଲିପ ଭେଙ୍ଗସରକରଙ୍କ ଅନୁସାରେ ମ୍ୟାଚ୍ ପ୍ରାକ୍ଟିସ ଅଭାବ ଭାରତୀୟ ଅଧିନାୟକଙ୍କୁ ବାଧିପାରେ।
ଆସନ୍ତା ୧୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଗତ ଗୁରୁବାର କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସାଉଥାମ୍ପଟନରେ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ୩ ଦିନିଆ ହାର୍ଡ କ୍ୱାରେଣ୍ଟିନରେ ଥିବାବେଳେ ଘରୋଇ ଇଂଲଣ୍ଡ ସହ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ବ୍ୟସ୍ତ ଅଛି ନ୍ୟୁଜିଲାଣ୍ଡ।
ଭାରତ ପାଇଁ ୧୧୬ ଟେଷ୍ଟ ଖେଳିଥିବା ଭେଙ୍ଗସରକର କହିଛନ୍ତି, କୋହଲି ଓ ରୋହିତ ଶର୍ମା ବିଶ୍ୱ ସ୍ତରୀୟ ଖେଳାଳି। ସେମାନେ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି। ପ୍ରଦର୍ଶନ ବଳରେ ଦୁହେଁ ଅନେକ ମ୍ୟାଚ୍ ଭାରତକୁ ଜିତାଇଛନ୍ତି। କିନ୍ତୁ ମୋ ମତରେ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ମ୍ୟାଚ୍ ପ୍ରାକ୍ଟିସ ଅଭାବ ସେମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିପାରେ। ଭାରତ ଏକ ଶକ୍ତିଶାଳୀ ଦଳ। ଆଉ ଭଲ ଫର୍ମରେ ମଧ୍ୟ ଅଛି। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟ ଖେଳୁଥିବାରୁ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଟିକେ ଫାଇଦାରେ ରହିବ। ମୋ ମତରେ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତ ମଧ୍ୟ ଦୁଇରୁ ୩ଟି ମ୍ୟାଚ୍ ଦରକାର ଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.