E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ହ୍ରଦରେ କମୁଛି ଅମ୍ଳଜାନ
11:46 amJune 5, 2021

ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି।

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର କଥା ଉଠିଲେ ମନରେ ଉଙ୍କିମାରେ ସମୁଦ୍ର ଜଳପତ୍ତନ ବୃଦ୍ଧି, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଭଳି ଅନେକ ସମସ୍ୟା। ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଛୋଟ ଅଥଚ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ପରିସଂସ୍ଥାର ଅସ୍ତିତ୍ୱ ମଧ୍ୟ ସଙ୍କଟ ଭିତରକୁ ଟାଣିହୋଇଯାଉଛି। ଏଥିରେ ଆଗରେ ରହିଛି ମଧୁର ଜଳପୂର୍ଣ୍ଣ ହ୍ରଦ। ଏଭଳି ଅନେକ ହ୍ରଦରେ ଦ୍ରବୀଭୂତ ଅମ୍ଳଜାନ ପରିମାଣ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଏଭଳି ଜଳାଶୟକୁ ନେଇ ଗଠିତ ପରିସଂସ୍ଥାର ସଂରଚନା ବିଗିଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଜଳବାୟୁ ପରିବର୍ତ୍ତନଜନିତ ପ୍ରସଙ୍ଗରେ ସବୁବେଳେ ସାଗର, ମହାସାଗର ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରାଯାଉଥିବାବେଳେ ଏଥିରେ ଛୋଟ ଛୋଟ ହ୍ରଦର ଭୂମିକା ଗୌଣ ହୋଇଯାଉଛି। ହେଲେ ଏଭଳି କ୍ଷୁଦ୍ର ଜଳାଶୟ ଉପରେ ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରଭାବ ପଡୁଛି। ସମଶୀତୋଷ୍ଣ ଜଳବାୟୁ ଅନୁଭୂତ ହେଉଥିବା ଅଞ୍ଚଳର ୩୯୩ଟି ହ୍ରଦକୁ ଜଳନମୁନାକୁ ନେଇ ଦୀର୍ଘଦିନ ହେଲା ପରୀକ୍ଷଣ ଚାଲିଛି। ୧୯୪୧ରୁ ୨୦୧୭ ମଧ୍ୟରେ ହୋଇଥିବା ଏହି ଗବେଷଣାର ଫଳାଫଳ ବେଶ୍‌ ଚିନ୍ତାଜନକ। କାରଣ ବିଗତ ଦିନରେ ହ୍ରଦଜଳରେ ମିଶି ରହିଥିବା ଅମ୍ଳଜାନର ପରିମାଣ କମିବାରେ ଲାଗିଛି। ଏହି ସମସ୍ୟା କେବଳ ହ୍ରଦପୃଷ୍ଠ ଦେଶରେ ସୀମିତ ହୋଇ ରହିନାହିଁ। ହ୍ରଦର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଅନୁରୂପ ପ୍ରଭାବ ଦେଖିବାକୁ ମିଳିଥିବା ବିଶେଷଜ୍ଞମାନେ କହିଛନ୍ତି। ହ୍ରଦରେ ଦ୍ରବୀଭୂତ ଅମ୍ଳଜାନ ସାନ୍ଦ୍ରତାରେ ଏଭଳି ହ୍ରାସ ଦୃଶ୍ୟମାନ ନ ହେଲେ ବି ଏହାର ପ୍ରଭାବ ବ୍ୟାପକ। ଏହାଦ୍ୱାରା ଜୈବ ଭୂରସାୟନ ପ୍ରଭାବିତ ହେବା ଆଶଙ୍କା ସର୍ବାଧିକ, ଯାହାର ସିଧାସଳଖ ପ୍ରଭାବ ମାନବ ସଭ୍ୟତା ଉପରେ ପଡ଼ିବ। ଫଳରେ ଏକ ବୃହତ୍‌ ଜନସଂଖ୍ୟା ଏହାଦ୍ୱାରା ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପଟେ ଅମ୍ଳଜାନସ୍ତର ହ୍ରାସ ପାଇବା ପରେ ହ୍ରଦରେ ବ୍ୟାକ୍ଟେରିଆ ବଂଶ ବୃଦ୍ଧି ପାଏ। ସେମାନେ ମାତ୍ରାଧିକ ମିଥେନ ନିର୍ଗମନ କରିଥାଆନ୍ତି, ଯାହା ଗ୍ରୀନ୍‌ହାଉସ୍‌ ଭଳି ସମସ୍ୟାକୁ ଆମନ୍ତ୍ରଣ କରେ ବୋଲି ବିଶେଷଜ୍ଞ ଦଳ କହିଛନ୍ତି।
ନ୍ୟୁୟର୍କସ୍ଥିତ ରେନ୍‌ସିଲିଏର ପଲିଟେକ୍‌ନିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପରିବେଶ ଜୀବବିଜ୍ଞାନୀ କେଭିନ୍‌ ରୋଜ୍‌ଙ୍କ କହିବା କଥା, ସବୁ ଜଟିଳ ଜୀବନ ଅକ୍ସିଜେନ ଉପରେ ନିର୍ଭରଶୀଳ। ଜଳଚର ପ୍ରାଣୀଙ୍କ ଖାଦ୍ୟର ପ୍ରମୁଖ ମାଧ୍ୟମ ଜଳ। ଜଳରେ ଅମ୍ଳଜାନର ସ୍ତର କମିଯିବା ଫଳରେ ଖାଦ୍ୟପ୍ରଣାଳୀ ଭୟଙ୍କର ଭାବେ ପ୍ରଭାବିତ ହୁଏ। ଏହି ଧାରା ଜାରି ରହିଲେ ବୃହତ୍‌ ସଂଖ୍ୟକ ଜଳଚର ଜୀବ ପ୍ରଜାତି ଲୋପ ପାଇଯିବ। ରୋଜ୍‌ ଆହୁରି ମଧ୍ୟ କହିଛନ୍ତି, ମହାସାଗର ତୁଳନାରେ ହ୍ରଦଗୁଡ଼ିକରେ ୨.୭୫ରୁ ୯.୩ ଗୁଣ ଅଧିକ ଅକ୍ସିଜେନ କମିବାରେ ଲାଗିଛି। ଗତ ୪ ଦଶନ୍ଧି ମଧ୍ୟରେ ଏହି ମାତ୍ରା ୫.୫% ହାରରେ କମିବାରେ ଲାଗିଛି। ଅନ୍ୟପଟେ କେତେକ ହ୍ରଦର ଅମ୍ଳଜାନ ଏବଂ ତାପମାତ୍ରା ଉଭୟ ବଢ଼ିଥିବା ପରିଲକ୍ଷିତ ହୋଇଛି। ଏହା ପଛରେ ‘ସାଇନୋ ବ୍ୟାକ୍ଟେରିଆ’ ଥିବା ବୈଜ୍ଞାନିକମାନେ କହିଛନ୍ତି। ‘ସାଇନୋ ବ୍ୟାକ୍ଟେରିଆ’ ମୁଖ୍ୟତଃ ଜମି ଏବଂ ସହରାଞ୍ଚଳର ପୋଷଣଯୁକ୍ତ ପାଣିରେ ଅଧିକ ମାତ୍ରାରେ ଦେଖାଯାଆନ୍ତି। ବର୍ଷାପାଣି ସହିତ ଏହି ବ୍ୟାକ୍ଟେରିଆ ହ୍ରଦରେ ପହଞ୍ଚତ୍ଥାଆନ୍ତି। ଏହି ପ୍ରଜାତିର ବ୍ୟାକ୍ଟେରିଆ ପୃଥକ୍‌ ଭାବେ ଅମ୍ଳଜାନ ସୃଷ୍ଟି କରିବାରେ ସକ୍ଷମ। ତେଣୁ ଉକ୍ତ ହ୍ରଦଗୁଡ଼ିକରେ ଉଭୟ ଅମ୍ଳଜାନ ଏବଂ ତାପମାତ୍ରା ସମାନ୍ତରାଳ ଭାବେ ବଢୁଥିବା ଜଣାପଡ଼ିଛି।

ତାପମାତ୍ରା ବୃଦ୍ଧି ପାଇଁ ସମସ୍ୟା

ତାପମାତ୍ରା ବୃଦ୍ଧି ଫଳରେ ବାୟୁମଣ୍ଡଳ ଉତ୍ତପ୍ତ ହେଉଛି। ଏହି ଗରମ ବାୟୁ ହ୍ରଦର ଉପରି ଭାଗ ଦେଇ ପ୍ରବାହିତ ହେଲା ବେଳେ ପାଣିକୁ ଉଷ୍ଣ କରିଦେଉଛି। ଏଭଳି ପରିସ୍ଥିତିରେ ଏଥିରେ ଅମ୍ଳଜାନ ମିଶିବା କଷ୍ଟକର ହୋଇଯାଉଛି। ହ୍ରଦ ପୃଷ୍ଠର ପାଣି ଦୀର୍ଘ ସମୟ ଉତ୍ତପ୍ତ ରହିଲେ ଏହି ପ୍ରକ୍ରିୟା ଅଧିକ ସମୟ ଯାଏ ଚାଲୁଛି। ଫଳରେ ଯେତେ ପରିମାଣର ଅମ୍ଳଜାନ ମିଶିବା କଥା ତାହା ହୋଇପାରୁନାହିଁ। ହ୍ରଦର ଗଭୀର ଜଳରେ ମଧ୍ୟ ଅମ୍ଳଜାନ ସ୍ତର ହ୍ରାସ ପାଇବାରେ ଲାଗିଛି। ସାଗର, ମହାସାଗରରେ ଅନୁରୂପ ସମସ୍ୟା ଦୃଷ୍ଟିଗୋଚର ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

ଏମିତି ବି ଥାନ୍ତି ଲୋକ: ଢୁ ଢୁ ବର୍ଷାରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ...

ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…

ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..

ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ...

ଜଗ୍ଗି ବାସୁଦେବରୁ ସଦ୍‌ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ ଯାତ୍ରା କରୁଥିବା ଏହି …

ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍‌ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର
Next Post Next post:
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts