ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ଲାଗି ଜମି ସର୍ଭେ

ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସମ୍ଭବ ହୋଇପାରୁ ନ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଏବେ ଅଣ୍ଟା ଭିଡ଼ିଛି ା କରୋନା, ବ୍ଲାକ ଫଙ୍ଗସ୍‌ ଭଳି ମହାମାରୀ ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ‘ହୁ’ ପକ୍ଷରୁ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି ା
ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପଶ୍ଚିମବଙ୍ଗ ସନ୍ନିକଟ ଯେକୌଣସି ସ୍ଥାନରେ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ଲାଗି ଜମି ସର୍ଭେ ଆରମ୍ଭ ହୋଇଛି। ଲକ୍ଷ୍ମଣନାଥରୋଡ଼ ନିକଟ ପୁରୁଣା ୟୁନିଫାଏଡ଼ ଚେକ୍‌ଗେଟ୍‌ ନିକଟରେ ୫୨ ଏକର ସରକାରୀ ଉପଯୁକ୍ତ ଜମି ରହିଛି। ଏହି ସ୍ଥାନ ପଶ୍ଚିମବଙ୍ଗରୁ ମାତ୍ର ୨କି.ମି. ଦୂର ଏବଂ ଭୋଗରାଇ, ବସ୍ତା, ବାଲିଆପାଳରୁ କେନ୍ଦ୍ରସ୍ଥଳ ହୋଇଥିବାରୁ ତାହା ପ୍ରକୃଷ୍ଟ ବୋଲି ମତପ୍ରକାଶ ପାଇଛି ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍‌ ଜଗଦ୍ଦେବଙ୍କ ନେତୃତ୍ୱରେ ‘ହୁ’ର ରାଜ୍ୟ ଅଧିକାରିଣୀ ଅର୍ଚ୍ଚନା ଗାୟଣ, ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା. ପ୍ରଭାସ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ବିପିଏମ୍‌ ଅନୀଲ ମହାନ୍ତି, ବିଡ଼ିଓ ଦିପ୍ତୀରଞ୍ଜନ ସେଠୀ, ମ୍ୟୁନିସିପାଲିଟି ଅଧିକାରୀ ଅଜୟ ମହାପାତ୍ର ପ୍ରମୁଖ ଉକ୍ତ ସ୍ଥାନ ସର୍ଭେ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ୯୬ ବେଡ୍‌ ବିଶିଷ୍ଟ ଏହି ହସ୍‌ପିଟାଲ ନିର୍ମାଣ ହେଲେ ମହାମାରୀ ସମୟରେ ଉତ୍ତର ଓଡ଼ିଶାର ୪ଟି ବ୍ଲକ ଉପକୃତ ହୋଇପାରିବେ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.