‘ଗୁହାରି ଶୁଣ, ନାତୁଣୀନାତିଙ୍କୁ ଦୟା କର’

ଭଦ୍ରକ ଅଫିସ, ୧୫।୬-କରୋନା ଉଜାଡ଼ି ଦେଇଛି ସଂସାର। ଅନାଥ ହୋଇଗଲେ ୩ ସନ୍ତାନ। ଠିକ୍‌ ବର୍ଷକ ତଳେ ଏକ ଅଜଣା ରୋଗରେ ମା’ଙ୍କୁ ହରାଇଥିଲେ। ଆଉ ଏବେ କରୋନା ସେମାନଙ୍କ ବାପାଙ୍କୁ ଛଡ଼ାଇନେଲା। ସେହିପରି ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅବୋହୂଙ୍କୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ବୟସର ଅପରାହ୍ନରେ ଅନାଥ ୩ ନାତୁଣୀ ନାତିଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି। ଆମ ଗୁହାରି ଟିକେ ଶୁଣ, ନାତୁଣୀ ନାତିଙ୍କୁ ଦୟା କର ବୋଲି ସେମାନେ ନିବେଦନ କରୁଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡ଼ି ନନ୍ଦପୁର ଗ୍ରାମରେ।
ଏହି ଗ୍ରାମର ଶୁକଦେବ ନାଥଙ୍କ ସ୍ତ୍ରୀ, ଏକମାତ୍ର ପୁଅ ମନୋଜ, ୨ ନାତୁଣୀ ଓ ନାତିକୁ ନେଇ ତାଙ୍କ ପରିବାର ଚାଲିଥିଲା। ମନୋଜ ଅଟୋ ଚଲାଇ ପରିବାରର ପ୍ରତିପୋଷଣ କରୁଥିଲେ। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ଭଦ୍ରକ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଗତ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ବୋହୂ କନକଲତା କେଉଁ ଅଜଣା ରୋଗରେ ଆରପାରିକୁ ଚାଲିଯାଇଥିଲେ। ଆଉ ଏବେ ପୁଅର ମୃତ୍ୟୁ ପରେ ସେମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। କୌଣସି ରୋଜଗାର ନ ଥିବାବେଳେ ଶୁକଦେବଙ୍କୁ ୩ ନାତିନାତୁଣୀଙ୍କ ଭରଣପୋଷଣ ଚିନ୍ତା ଘାରିଛି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷେ କରୋନାରେ ମନୋଜଙ୍କ ମୃତ୍ୟୁ ହେବା ପରେ ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ପ୍ରଦାନ କରିଛି। କରୋନା ମହାମାରୀରେ ଅନାଥ ହୋଇଥିବା ପରିବାର ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଯଥାଶୀଘ୍ର ଏହି ପରିବାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.