ଟେରାକୋଟା ଶିଳ୍ପୀଙ୍କୁ ଜୀବିକା ଚିନ୍ତା

ଭଦ୍ରକ ଅଫିସ, ୬।୬- କରୋନା ଯୋଗୁ ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଛୋଟ ବଡ଼ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଲେଣି। ଲକ୍‌ଡାଉନ ଓ ଶଟ୍‌ଡାଉନ କାରଣରୁ ପ୍ରାୟ ଦୁଇମାସ ଧରି ବିଭିନ୍ନ ବେପାର ବାଣିଜ୍ୟ ଉପରେ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ସାଧାରଣ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି। ମହିଳା ସ୍ବୟଂସହାୟିକା ଗୋଷ୍ଠୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଗୋଷ୍ଠୀର କର୍ମକର୍ତ୍ତା ଜୀବିକାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ପରିସ୍ଥିତିରେ ଟେରାକୋଟା ଶିଳ୍ପୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ସ୍ବାବଲମ୍ବୀ ହୋଇଆସୁଥିଲେ। କିନ୍ତୁ ଲକ୍‌ଡାଉନ ସେମାନଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।
ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଗରପଡ଼ା ମହାନ୍ତିପଡ଼ା ପଞ୍ଚାୟତ ତ୍ରିଶାଲିଆ ଗ୍ରାମର ବରଡ଼େଶ୍ୱର ଓ ମା’ ତାରିଣୀ ସ୍ବୟଂସହାୟକ ଗୋଷ୍ଠୀର ଟେରାକୋଟା ଶିଳ୍ପୀଙ୍କୁ ଏବେ ଜୀବିକା ଚିନ୍ତା ଘାରିଛି। ଗୋଷ୍ଠୀର ପ୍ରତ୍ୟେକ ୧୫ଜଣ ଲେଖାଏ ମହିଳା ନିଜ ଗଁାରେ ଟେରାକୋଟା ଶିଳ୍ପ ଆରମ୍ଭ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ତାଲିମ ଦିଆଯିବା ପରେ ସେମାନେ ମାଟିରେ ବିଭିନ୍ନ ମୂର୍ତ୍ତି ତିଆରି କରିଆସୁଥିଲେ। ମାଟିରେ ବିଭିନ୍ନ ମୂର୍ତ୍ତି ସାଙ୍ଗକୁ ହାତୀ, ଘୋଡ଼ା, ଗଛ, ମଣିଷ, ଫୁଲଦାନୀ, ଫୁଲକୁଣ୍ଡ ଆଦି ତିଆରି କରି ରୋଜଗାର କରୁଥିଲେ। ନିଜେ ସ୍ବାବଲମ୍ବୀ ହେବା ସହ ସେମାନେ ପରିବାର ମଧ୍ୟ ଚଳାଉଥିଲେ। କିନ୍ତୁ ଏବେ ଲକ୍‌ଡାଉନ ଯୋଗୁ ନା କିଛି ମୂର୍ତ୍ତି ତିଆରି କରିପାରୁଛନ୍ତି ନା ବିକ୍ରି ହୋଇପାରୁଛି। ଫଳରେ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି ବୋଲି ଟେରାକୋଟା ଶିଳ୍ପୀ ସୁଜଳା ରଣା ଓ କମଳା ପାଢ଼ୀ କହିଛନ୍ତି। ଅପରପକ୍ଷେ ଲକ୍‌ଡାଉନ କାରଣରୁ ବିଭିନ୍ନ ଜିଲାରେ ହେଉଥିବା ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଷ୍ଟଲ ପକାଇ ମହିଳା ସଙ୍ଗଠନର କର୍ମକର୍ତ୍ତା କରୁଥିବା ବିକ୍ରିବଟା ଉପରେ ଏହାର ପ୍ରଭାବ ପଡ଼ିଛି। ଫଳରେ ଶିଳ୍ପୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିଆରି ହୋଇଥିବା କିଛି ମୂର୍ତ୍ତି ମଧ୍ୟ ଭାଙ୍ଗିରୁଜି ଯିବା ସହ ନଷ୍ଟ ହେବାକୁ ବସିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଶିଳ୍ପୀ ନିରୁପମା ସାହୁ। ସ୍ବାଭାବିକ ଅବସ୍ଥା ଫେରିଆସିବା ପରେ ଜିଲା ଶିଳ୍ପ ବିଭାଗ ପକ୍ଷରୁ ସେମାନଙ୍କ ଟେରାକୋଟା ମୂର୍ତ୍ତି ବେପାର କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନଜେର ପୀତାମ୍ବର ପରିଡ଼ା କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.