ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍.ଏ.):କରୋନା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର ବୋଲଗଡ଼ ଗ୍ରାମ ତୃତୀୟାପଡା ସାହିରେ ଚଢ଼ାଉ କରି ୨୨ ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ତୃତୀୟାପଡାର ସନ୍ତୋଷ ଜେନା(୪୦)। ବିଭିନ୍ନ କମ୍ପାନୀର ୧୩୯.୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ତଦନ୍ତ ଅଧିକାରୀ ଏସ୍ଆଇ ଚନ୍ଦନ ସାହୁ କହିଛନ୍ତି। ଏନେଇ ଥାନାରେ ମାମଲା (ନଂ.୮୮/୨୧) ରୁଜୁ ହୋଇଛି। ସୂଚନା ମୁତାବକ, ତୃତୀୟାପଡ଼ା ଅଞ୍ଚଳରେ ଚୋରା ମଦ ବ୍ୟବସାୟ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏସ୍ଆଇ ସାହୁ ସାଦା ପୋଷାକରେ ତୃତୀୟାପଡାରେ ପହଞ୍ଚତ୍ ଏକ ଦୋକାନୀଙ୍କୁ ମଦ ଦେବାକୁ କହିଥିଲେ। ଦୋକାନୀ ମଦ ଦେବା ପରେ ଏସ୍ଆଇ ସାହୁ ଓ ତାଙ୍କ ସହ ଯାଇଥିବା ପୋଲିସ କର୍ମଚାରୀମାନେ ଜେନାଙ୍କୁ କାବୁ କରିନେଇଥିଲେ। ଦୋକାନରେ ଅଳ୍ପ ମଦ ବୋତଲ ଜବତ କରିବା ପରେ ନିକଟସ୍ଥ ଏକ ଘରୁ ବିପୁଳ ମଦ ଜବତ କରିଥିଲେ।
ଜଙ୍କିଆ ଥାନା ଓ ସିକୋ ଫାଣ୍ଡି ପୋଲିସ ଏକଡାଳିଆ ଜଙ୍ଗଲରେ ଚଢ଼ାଉ କରି ୩ହଜାର ଲିଟର ପୋଚ, ୧୬୦ଲିଟର ରନ୍ଧାମଦ ସମେତ ଗୋଟିଏ ଜେନେରେଟର, ୩ ଗ୍ୟାସ୍ ଟାଙ୍କି, ପାଣି ମୋଟର ପମ୍ପ,୧୮ ଡ୍ରମ, ୩ ବଡହଣ୍ଡା ଜବତ କରିଛି। ଚଢ଼ାଉ ପୂର୍ବରୁ ସେଠାରୁ ଅଭିଯୁକ୍ତମାନେ ଖସିଯାଇଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୧୭/୨୧) ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ଦୁଇଟି ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୬୧୭୫ ଲିଟର ଦେଶୀ ମଦ ଜବତ କରିଛି। ତେବେ ମଦ ବେପାରୀମାନେ ଖସି ପଳାଇଥିଲେ। ଜିଲା ଅବକାରୀ ଉପଅଧୀକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ବାଲୁଗଁା ଓ ଟାଙ୍ଗୀ ଅବକାରୀ ବିଭାଗ କର୍ମଚାରୀଙ୍କ ସମେତ ବାଣପୁର ପୋଲିସର ଏକ ଟିମ୍ ପଞ୍ଚାୟତର କୋଷରଡା ଏବଂ ପ୍ରଧାନ ସାହିରେ ଚଢ଼ାଉ କରିଥିଲେ। ଦୁଇଟି ସ୍ଥାନରୁ ୬ହଜାର ଲିଟର ଓ ୧୭୫ଲିଟର ରନ୍ଧାମଦ ଜବତ କରାଯାଇଥିଲା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢୀ ଏହି ଚଢ଼ାଉରେ ସାମିଲ ଥିଲେ।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ
ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର...
ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ
ଖଇରା,୧୦।୬(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ...
ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…
କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ...
୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍ ଜବତ, ୩ ଗିରଫ
ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ...
ବ୍ୟବସାୟୀଙ୍କୁ ଅତିରିକ୍ତ ତହସିଲଦାର ପିଟିବା ଘଟଣା: ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
ଝାରସୁଗୁଡ଼ା ଅଫିସ,୫।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ଗତ ବୁଧବାର ଜଣେ ବୃଦ୍ଧ ତରଭୁଜ ବିକାଳି ଓ...
ବିଆର୍ପିଏଲ୍ ବିରୋଧରେ ଏନ୍ଜିଟି ମାମଲା: ଏସ୍ପିସିବିର ଲୋକଦେଖାଣିଆ ତଦନ୍ତ
ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍ପିଏଲ୍) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ସୋରୁମରୁ ୨ ବାଇକ ଚୋରି: ୨ ଗିରଫ
ଛତ୍ରପୁର,୨୫।୬(ଡି.ଏନ୍.ଏ.): ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗାଡ଼ି ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଚୋରି ହୋଇଥିଲା।...


