E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଖୋର୍ଦ୍ଧା

ପଥର ମାଫିଆଙ୍କୁ ସୁହାଉଛି ଲକ୍‌ଡାଉନ୍‌
11:38 amJune 2, 2021

ଖୋର୍ଦ୍ଧା ଅଫିସ,୨ା୬: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକ୍‌ଡାଉନ ଓ ଶଟ୍‌ଡାଉନ ଜାରି ରହିଛି। ଏହି ସମୟରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ଦୈନନ୍ଦିନ ଖୋର୍ଦ୍ଧା, ଟାଙ୍ଗୀ ଓ ବେଗୁନିଆ ତହସିଲ ଅଞ୍ଚଳରୁ ବିଳମ୍ବିତ ରାତିରେ ବେଆଇନ ଭାବେ ମାଙ୍କଡ଼ା ଓ ବଉଳମାଳା ପଥର ଭୁବନେଶ୍ୱର ସମେତ ବିଭିନ୍ନ ଜିଲାକୁ ଚାଲାଣ ହେଉଛି। ପାଓ୍ବାର ଟିଲରରେ ଏକର ଏକର ଜମିରୁ ମାଙ୍କଡା ପଥର କଟାଚାଲିଛି। ଫଳରେ କୃତ୍ରିମ ହ୍ରଦ ସୃଷ୍ଟି ହେବା ସହ ଜଙ୍ଗଲ ପଦା ହେବାରେ ଲାଗିଛି। ପୋଲିସ ଏବଂ ରାଜସ୍ବ ବିଭାଗ ଜାଣତରେ ଚୋରା ଚାଲାଣ ଚାଲିଥିବା ବେଳେ କେବଳ କାଁ ଭାଁ ଗାଡିକୁ ଜବତ କରିବା ସହ ଜରିମାନା ଆଦାୟ କରି ପ୍ରଶାସନ ଚୁପ ବସିଛି।
ଜିଲାର ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ ତହସିଲ ଅଞ୍ଚଳରୁ ବେଆଇନ ଭାବେ ପଥର ଖଣିରୁ ଚୋରା ଚାଲାଣ ଚାଲିଛି। ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ପାହାଡ କଟାଚାଲିଛି। ଆଗାମୀ ଦିନରେ ପାହାଡ଼ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ସରକାରୀ ଜାଗା, ଜଙ୍ଗଲ ଜମି ବାଦ ପଡୁନି। ଗତବର୍ଷ ଶରଧାପୁର ନିକଟରେ କାଜୁ ଜଙ୍ଗଲରୁ ବେଆଇନ ଭାବେ ଏକାଧିକ ଏକର ଜମିରୁ ପଥର ଚାଲାଣ କରାଯାଇ କୃତ୍ରିମ ହ୍ରଦ ସୃଷ୍ଟି କରାଯାଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଟଣୀ ଏବଂ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ରାଜଧାନୀ ଉପକଣ୍ଠ ଗାଁ ଗୁଡିକରୁ ଶହ ଶହ ଟ୍ରକରେ ମୋରମ ଏବଂ ମାଙ୍କଡା ଚାଲାଣ ହେଉଥିବା ନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ଜମି ବି ବାଦ୍‌ ପଡିନି। ଜଟଣୀ ତହସିଲ ମହୁଲ ଗ୍ରାମରୁ ଏକାଧିକ ଏକର କାଜୁ ଜଙ୍ଗଲ ଏବଂ ସରକାରୀ ଜାଗା, ଗୋଚର ଜମିରୁ ମାଙ୍କଡାପଥର ଚାଲାଣ ନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜଟଣୀ ତହସିଲ ପଦନପୁରରୁ ଅନୁରୂପ ଭାବେ ସରକାରୀ ଜମିରୁ ମୋରମ ଏବଂ ମାଙ୍କଡା ପଥର ଚାଲାଣ ନେଇ ଅଭିଯୋଗ ପରେ ଏହା ବନ୍ଦ ହୋଇଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଟାଉନ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି, ଜାତୀୟ ରାଜପଥ ଦେଇ ବେଆଇନ ଭାବେ ଚାଲାଣ ହେଉଥିବା ପଥର ଗାଡିକୁ ଜବତ କରାଯାଉଛି। ନିକଟରେ କୁମାରବସ୍ତରୁ ୨ଟି ପଥର ଗାଡି ଚାଲାଣ ହେଉଥିବା ବେଳେ ଶିଳ୍ପାଞ୍ଚଳ ଫାଣ୍ଡି ଧରିଥିଲା। ସେହିପରି ଜଙ୍କିଆ ଥାନାଧିକାରୀ ଭବାନୀ ଖଣ୍ଟିିଆ କହିଛନ୍ତି, ନରଣଗଡରୁ ବେଆଇନ ଭାବେ ଦୁଇଟି ୪୦୭ ବୋଝେଇ ବଉଳମାଳା ପଥର ଜବତ କରାଯାଇଛି। ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ବିଭିନ୍ନ ପଥର ଖଣିରେ ଲକଡାଉନ ସମୟରେ ଚଢ଼ାଉ କରାଯାଇ ପାଓ୍ବାର ଟିଲର, ଟ୍ରାକ୍ଟର, ଟ୍ରକ ଜବତ କରିବା ସହ ଏକାଧିକ ପଥର ବୋଝେଇ ଗାଡିକୁ ଜବତ କରାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଖୋର୍ଦ୍ଧା View All

କୋଭିଡ କଟକଣା ମଧ୍ୟରେ ସରିଲା ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ

ସଜନାଗଡ,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରୁ ପାଞ୍ଚ କି.ମି. ଦୂର ସଜନାଗଡ ଗ୍ରାମରେ ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ...

ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ

କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...

ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ

ବରଗଡ଼ ଅଫିସ୍‌,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍‌ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...

କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍‌ଦାର ଯାଞ୍ଚ

ବୁଗୁଡ଼ା,୧୩ା୬(ଡି.ଏନ୍‌.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...

ମୁଢ଼ି ବସ୍ତାରେ ଗଞ୍ଜେଇ ଚାଲାଣ

ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ...

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି) ରହିଛି। ଏହା ନିକଟରେ ସର୍ବସାଧାରଣଙ୍କ...

ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ,୯।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା...

ଅନ୍‌ଲାଇନରେ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମରେ ଜିଲାପାଳଙ୍କ ଜନସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ତେବେ ସୋମବାରଠାରୁ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଦଦରା ଘରେ ଡାକ୍ତରଖାନା
Next Post Next post:
ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts