ସାଉଥାମ୍ପଟନ,୨୦।୬: ନ୍ୟୁଜିଲାଣ୍ଡର ବୋଲରଙ୍କ ସାମ୍ନାରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଲା
ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ। ମାତ୍ର ୨୧୭ ରନ୍ରେ ସୀମିତ ରହିଥିଲା ଟିମ୍ ଇଣ୍ଡିଆ। ଏହାପରେ ଭାରତୀୟ ବୋଲରଙ୍କୁ ନ୍ୟୁଜିଲାଣ୍ଡର ଓପନିଂ ଯୋଡ଼ି ଭାଙ୍ଗିବା ପାଇଁ ଢ଼େର ପରିଶ୍ରମ କରିବାକୁ ପଡ଼ିଥିଲା। ବହୁ ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ସାଙ୍ଗରେ ନ ଥିଲା ଭାଗ୍ୟ। ଅନେକ କ୍ୟାଚ୍ ନୋମ୍ୟାନ୍ସ ଲାଣ୍ଡରେ ପଡ଼ିଥିଲା। ଶେଷରେ ରବିଚନ୍ଦ୍ରନ ଅଶ୍ୱିନ ଟିମ୍ ଇଣ୍ଡିଆକୁ ଆଣି ଦେଇଥିଲେ ବ୍ରେକ୍ ଥ୍ରୁ। ଟମ ଲେଥମ (୩୦) ପ୍ୟାଭିଲିଅନ ଫେରିବା ପରେ ଇଶାନ୍ତ ଶର୍ମାଙ୍କ ବଲକୁ ଜାଣି ନ ପାରି ଆଉଟ୍ ହୋଇଥିଲେ ଡେଭନ କନଓ୍ବେ(୫୪)। ଆଲୋକ ଅଭାବ କାରଣରୁ ତୃତୀୟ ଦିନର ଖେଳକୁ ଅଧା ଘଣ୍ଟା ପୂର୍ବରୁ ଷ୍ଟମ୍ପ୍ସ ଘୋଷଣା କରାଯାଇଥିଲା। ୩ୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୦୧ ରନ୍ କରିଥିଲା। ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ହେଲେ ବଳକା ୮ ଉଇକେଟରେ ୧୧୭ ରନ୍ କରିବାକୁ ପଡ଼ିବ।
ପୂର୍ବଦିନର ସ୍କୋର (୧୪୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ମାତ୍ର ୭୧ ରନ୍ରେ ବଳକା ୭ ଉଇକେଟ ହରାଇ ୨୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ତୃତୀୟ ଦିନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସୁଇଙ୍ଗ୍ ମିଳିଥିଲା, ଯାହାକି ପାଲଟିଥିଲା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ। ଅଧିନାୟକ କୋହଲି (୪୪), ପନ୍ତ (୪), ରାହାନେ (୪୯), ରବିଚନ୍ଦ୍ରନ ଅଶ୍ୱିନ (୨୨) ଓ ରବୀନ୍ଦ୍ର ଜାଡେଜା (୧୫) ଫେଲ୍ ମାରିଥିଲେ। ଫଳରେ ୯୨.୧ ଓଭରରେ ଭାରତ ୨୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ସବୁଠୁ ଘାତକ ସାଜିଥିଲେ ୬ ଫୁଟ୍ ୬ ଇଞ୍ଚ ଇଚ୍ଚତା ବିଶିଷ୍ଟ କାଇଲ ଜେମିସନ। ସେ ୫ ଉଇକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ନେଲ ଓ୍ବାଗନର ୨ ଲେଖାଏ ସଫଳତା ହାତେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.