ବାସ୍ତବତାକୁ ଦୃଷ୍ଟି ଦିଅ

ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍‌ଲାଇନରେ ସ୍ଲଟ୍‌ ବୁକ୍‌ କରିବା ସତ୍ତ୍ୱେ ଟିକା ପାଇପାରୁନାହାନ୍ତି। ଅନେକ କୋଓ୍ବିନ୍‌ ଆପ୍‌ରେ ନାମ ପଞ୍ଜୀକରଣ କରି ନ ପାରି ନିରାଶ ହେଉଛନ୍ତି। ଫଳରେ ସରକାରଙ୍କ ଟିକାକରଣ ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାରଙ୍କ ଟିକା ସଂଗ୍ରହ ନୀତି ଏବଂ ଲୋକମାନେ ଟିକା ନେବା ପାଇଁ କୋଓ୍ବିନ୍‌ ଆପ୍‌ରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତାକୁ ନେଇ ସୁପ୍ରିମକୋର୍ଟ ସୋମବାର ପ୍ରଶ୍ନ ଉଠାଇଛନ୍ତି। ବାସ୍ତବ ଡିଜିଟାଲ ଇଣ୍ଡିଆ ସ୍ଥିତିକୁ ନଜରରେ ନ ରଖି ଏଭଳି ନୀତି ପ୍ରଣୟନ ହୋଇଛି। ନୀତି ନିର୍ଦ୍ଧାରକମାନେ ସତ୍ୟତାକୁ ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି।
ଟିକାକରଣରେ ଅବ୍ୟବସ୍ଥାକୁ ନେଇ ସର୍ବୋଚ୍ଚ ଅଦାଲତ ନିଜଆଡ଼ୁ ମାମଲା ବିଚାର ପାଇଁ ନେଇଥିଲେ। କୋଓ୍ବିନ ରେଜିଷ୍ଟ୍ରେଶନକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଡିଜିଟାଲଠାରୁ ଦୂରରେ ଥିବା ଲୋକମାନଙ୍କ ଟିକାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏଲ୍‌.ଏନ୍‌. ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ସ୍ବତନ୍ତ୍ର ପୀଠ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଗ୍ରାମାଞ୍ଚଳରେ କେତେଜଣଙ୍କୁ ଡିଜିଟାଲ ସୁବିଧା ମିଳୁଛି। ଝାଡ଼ଖଣ୍ଡର ଜଣେ ଅଶିକ୍ଷିତ ଶ୍ରମିକ ରାଜସ୍ଥାନରେ କିପରି ନାମ ପଞ୍ଜୀକରଣ କରିବ ବୋଲି ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ। ବାସ୍ତବ ସ୍ଥିତିକୁ ହୃଦୟଙ୍ଗମ କରି ସେହି ଅନୁଯାୟୀ ନୀତିରେ ପରିବର୍ତ୍ତନ କରିବାକୁ ହେବ। ଅଦାଲତଙ୍କୁ ଏହା କରିବାକୁ ହୋଇଥିଲେ ୧୫-୨୦ ଦିନ ପୂର୍ବରୁ କରିସାରିଥାନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି।
ସେହିପରି ଟିକା ସଂଗ୍ରହକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟ ବିଦେଶରୁ ଟିକା ଆଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଏହା କ’ଣ ଟିକା ସଂଗ୍ରହ କରିବାର କେନ୍ଦ୍ରୀୟ ନୀତି କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। କୋଭିଡ୍‌ ଭାକ୍ସିନ ଉପରେ ଏକ ଜାତୀୟ ନୀତି ଦସ୍ତାବିଜ୍‌ ଦାଖଲ କରିବାରେ କେନ୍ଦ୍ର ବିଫଳ ହୋଇଥିବା ଖଣ୍ଡପୀଠ କହିଛନ୍ତି। ଦ୍ୱିତୀୟ ଲହରରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକେ ବେଶି ସଂକ୍ରମିତ ହେଉଛନ୍ତି। କେବଳ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମାଗଣା ଟିକା ଦିଆଯାଉଥିଲାବେଳେ ସେମାନଙ୍କ ପାଇଁ କାହିଁକି ନୁହେଁ ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣ ସମ୍ପୂର୍ଣ୍ଣ ହେବା ଆଶା ରହିଛି ବୋଲି ସରକାର ଅଦାଲତଙ୍କୁ ଜଣାଇଛନ୍ତି। ଦେଶର ଟିକା ନୀତିକୁ ନେଇ ଶୁଣାଣି ବେଳେ ଏକାଧିକ ପ୍ରଶ୍ନ ଉଠିବାରୁ ସରକାର ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଏହାର ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.