ଚୁମ୍ବକମ୍ୟାନ ରାଜେନ୍ଦ୍ର

ସଜନାଗଡ଼, ୧୩।୬ (ଡି.ଏନ.ଏ.)-ତାଙ୍କ ଦେହରୁ ବାହାରୁଛି ଚୁମ୍ବକୀୟ ଶକ୍ତି। ଶରୀରରେ ଷ୍ଟିଲ ଚାମଚ, କଏନ ଯାହା ଲଗାଇଲେ ସେସବୁ ଲାଖି ରହୁଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଲୋକମାନେ ତାଙ୍କୁ ଏବେ ତାଙ୍କୁ ଚୁମ୍ବକମ୍ୟାନ୍‌ ବୋଲି ଡାକିବାକୁ ଆରମ୍ଭ କଲେଣି। ସେ ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଅଧୀନ ମଲ୍ୟାଣି ଗାଁର ରାଜେନ୍ଦ୍ର ମହାପାତ୍ର।
ଉକ୍ତ ଗ୍ରାମରେ କେତେଜଣ କରୋନା ଟିକା ନେବା ପରେ ସେମାନଙ୍କ ଦେହରେ ଚୁମ୍ବକୀୟ ଶକ୍ତି ଜାତ ହେଉଥିବା କୁହାକୁହି ହେଉଥିଲେ। ଏ ବିଷୟ ଶୁଣିବା ପରେ ରାଜେନ୍ଦ୍ରଙ୍କ ମନରେ କୌତୁହଳ ସୃଷ୍ଟି ହେଲା। ସେ ଏପ୍ରିଲ ୨୬ରେ ଟିକା ନେଇଥିବାରୁ ଏକଥାର ସତ୍ୟତା ଜାଣିବା ପାଇଁ ନିଜ ଦେହରେ ଚାମଚ, କଏନ୍‌ ଆଦି ଲଗାଇ ରଖିଥିଲେ। ସେସବୁ ଲାଖି ରହିଥିଲା। ପ୍ରଥମେ ଏକଥା ନିଜେ ମଧ୍ୟ ବିଶ୍ୱାସ କରିପାରି ନ ଥିଲେ। ଭାବୁଥିଲେ ଝାଳ ପାଇଁ ବୋଧହୁଏ ଏଭଳି ହୋଇଥାଇପାରେ। ପରେ ପୁଣି ଥରେ ଦେହସାରା ପୋଛାପୋଛି କରି ଷ୍ଟିଲ୍‌ ଓ ଅନ୍ୟ ଧାତବ ଜିନିଷ ଲଗାଇଲେ ମଧ୍ୟ ତାହା ଶରୀରରେ ଲାଖି ରହିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜେନ୍ଦ୍ରଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପେଟ ଟିକା ନେବା ପରେ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ଘଟିଥାଇପାରେ ବୋଲି ଭାବି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.