ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ। ୫୬ ବର୍ଷୀୟା ରାମଗୋବିନ ଶିଳ୍ପପତି ଏସ୍ ଆର ମହାରାଜଙ୍କ ସହ ୬୨ ଲକ୍ଷ ରାଣ୍ଡ (ପ୍ରାୟ ୩.୩ କୋଟି ଟଙ୍କା)ର ଠକେଇ କରିଥିଲେ। ଭାରତରୁ ଆମଦାନୀ ଓ କନସାଇନମେଣ୍ଟ ଉପରୁ କଷ୍ଟମ ଶୁଳ୍କ କ୍ଲିୟରାନ୍ସ ବାବଦକୁ ନ୍ୟୁ ଆଫ୍ରିକା ଆଲାଏନ୍ସ ଫୁଟ୍ଓ୍ବିଅର ଡିଷ୍ଟ୍ରିବ୍ୟୁଟର୍ର ନିର୍ଦ୍ଦେଶକ ଏସ୍. ଆର୍. ମହାରାଜଙ୍କଠାରୁ ଏହି ଅର୍ଥ ନେଇଥିଲେ। ଏହି ମାମଲାରେ ଆଶିଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ରାମଗୋବିନ ହେଉଛନ୍ତି ସାମାଜିକ କର୍ମୀ ଇଲା ଗାନ୍ଧୀ ଓ ସ୍ବର୍ଗତଃ ମଓ୍ବୋ ରାମଗୋବିନ୍ଦଙ୍କ ଝିଅ। ୨୦୧୫ରେ ଏହି ମାମଲାର ଶୁଣାଣିବେଳେ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରିଗେଡିୟର ହାଙ୍ଗଓ୍ବାନି ମୁଲାଦ୍ଜି କହିଥିଲେ, ଲାଇନ୍ସ ଭର୍ତ୍ତି କଣ୍ଟେନର୍ସ ଭାରତରୁ ଆସିଥିବା ଥିବା ଦର୍ଶାଇବା ପାଇଁ ରାମଗୋବିନ ରିସିପ୍ଟ ଓ ଡକ୍ୟୁମେଣ୍ଟରେ ଜାଲିଆତି କରିଥିଲେ। ଏହାପରେ ମହାରାଜ ମଗାଇଥିବା ସାମଗ୍ରୀ ଡେଲିଭରୀ ହୋଇଯାଇଥିବା ରାମଗୋବିନ, ମହାରାଜଙ୍କୁ ସାକ୍ଷାତ କରି ଜଣାଇଥିଲେ। ସେତେବେଳେ ଲତା ଦେଇଥିବା ସମସ୍ତ ଦସ୍ତାବିଜ୍ ନକଲି ଥିଲା ବୋଲି ସୋମବାର ଶୁଣାଣିରେ କୋର୍ଟ ଜାଣିବାକୁ ପାଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.