କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କର

ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍‌ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ କରୋନା ଉପରେ ସର୍ଜିକାଲ ଷ୍ଟାଇକ୍‌ ଭଳି ହେବା ଆବଶ୍ୟକ ବୋଲି ବୁଧବାର ବମ୍ବେ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।
ବମ୍ବେ ହାଇକୋର୍ଟରେ ଦୁଇଜଣ ଓକିଲ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। କେନ୍ଦ୍ର ସରକାର ୭୫ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ଘର ଘର ବୁଲି ଟିକା ଦିଅନ୍ତୁ ବୋଲି ଉଭୟେ ଉକ୍ତ ପିଟିଶନରେ ଦାବି କରିଥିଲେ। ଶୁଣାଣି ବେଳେ ଏପରି ସମ୍ଭବ ନୁହେଁ ବୋଲି କେନ୍ଦ୍ର ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ୍‌ ଜି.ଏସ୍‌. କୁଲକର୍ନୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ନାପସନ୍ଦ କରିଛନ୍ତି। କହିଛନ୍ତି, ଘର ପାଖ ଟିକାକେନ୍ଦ୍ରକୁ ଜନସାଧାରଣ ଆସି ଟିକା ନେବା ଲାଗି ବ୍ୟବସ୍ଥା କରାଯାଇଛି। ଏହା ଭୂତାଣୁ ବାହକମାନଙ୍କୁ କେନ୍ଦ୍ରକୁ ଆସିବା ପାଇଁ ଅପେକ୍ଷା କଲାଭଳି। ସବୁଠୁ ବଡ଼ ଶତ୍ରୁ ଭୂତାଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ଯେକୌଣସି ବ୍ୟକ୍ତିଙ୍କଠାରେ ଥାଇପାରେ, ଯେଉଁମାନେ ବାହାରକୁ ଆସିବାକୁ ଅସମର୍ଥ। ତେଣୁ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଉକ୍ତ ଅଞ୍ଚଳରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ହେବ ବୋଲି ମୁଖ୍ୟ ବିଚାରପତି କହିଥିଲେ। ସରକାର ଜନସାଧାରଣଙ୍କ କଲ୍ୟାଣ ଲାଗି ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ବିଳମ୍ବିତ ହେବାରୁ ବହୁ ଜୀବନହାନି ଘଟିଲା ବୋଲି ଜଷ୍ଟିସ୍‌ ଦତ୍ତ କହିଥିଲେ। ୭୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ହ୍ବିଲ୍‌ଚେୟାର ଉପରେ ନିର୍ଭର କରୁଥିବା କିମ୍ବା ରୋଗଶଯ୍ୟାରେ ଥିବା ଲୋକଙ୍କ ଲାଗି ସରକାର ଘରକୁ ଘର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଆଇନଜୀବୀ ଧ୍ରୁତି କାପାଡିଆ ଏବଂ କୁନାଲ ତିଓ୍ବାରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

 

ସକ୍ରିୟ ମାମଲା ୪.୨୩%କୁ ହ୍ରାସ

ଦେଶରେ କ୍ରମାଗତ ଦୁଇ ଦିନ ଧରି ଦୈନିକ କରୋନା ସଂକ୍ରମଣ ଲକ୍ଷେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୯୨,୫୯୬ ଜଣ ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୦,୮୯,୦୬୯ରେ ପହଞ୍ଚିଛି। ସମୁଦାୟ ସକ୍ରିୟ ମାମଲା ୧୨,୩୧,୪୧୫କୁ ହ୍ରାସ ପାଇଛି ଯାହା କି ମୋଟ ଆକ୍ରାନ୍ତଙ୍କ ୪.୨୩ ପ୍ରତିଶତ। ସେହିପରି ଦିନକରେ ୨,୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ସେହିପରି ଆରୋଗ୍ୟ ହାର ୯୪.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ମଙ୍ଗଳବାର ମୋଟ ୧୯,୮୫,୯୬୭ ନମୁନା ପରୀକ୍ଷା ହୋଇଥିଲା। ଦୈନିକ ପଜିଟିଭ୍‌ ହାର ୪.୬୬% ରହିଥିବାବେଳେ କ୍ରମାଗତ ୧୬ ଦିନ ପାଇଁ ଏହା ୧୦ ପ୍ରତିଶତ ତଳେ ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.