ସୋସିଆଲ ମିଡିଆରେ ବିହାର ଏସ୍ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ ମିଳୁଛି। ଏବେ ଏହାକୁ ନେଇ ନୂଆ ବିବାଦ ଉପୁଜିଛି।
ଏସ୍ଟିଇଟି ୨୦୧୯ ପରୀକ୍ଷାର ଫଳ ୨୦୨୧ ମାର୍ଚ୍ଚରେ ଘୋଷଣା କରାଯାଇଥିଲା। ହେଲେ କୌଣସି ସମସ୍ୟା ଯୋଗୁ ଉର୍ଦ୍ଦୁ, ସଂସ୍କୃତ ଏବଂ ବିଜ୍ଞାନର ପରୀକ୍ଷାଫଳ ଆଧିକାରୀକ ଓ୍ବେବ୍ସାଇଟ୍ରେ ଅପ୍ଲୋଡ ହୋଇପାରି ନ ଥିଲା। ଏବେ ରେଜଲ୍ଟ ଅପଲୋଡ ହୋଇଛି। ଏଥିରେ ରିଷିକେଶ କୁମାର ନାମକ ଜଣେ ପରୀକ୍ଷାର୍ଥୀ ପାସ କରିଛନ୍ତି। ହେଲେ ତାଙ୍କର ପରୀକ୍ଷାଫଳରେ ମାଲାୟାଲାମ ଅଭିନେତ୍ରୀ ଅନୁପମାଙ୍କ ଫଟୋ ଲାଗିଥିବା ଦେଖାଯାଇଛି। ଏହାକୁ ନେଇ ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ଉଠୁଥିବା ବେଳେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଟୋ ଥିବା ରେଜଲ୍ଟ ଭାଇରାଲ ହେଉଛି।
କିଛି ଦିନ ପୂର୍ବରୁ ଏଭଳି ଏକ ମାମଲା ବିହାରରୁ ଆସିଥିଲା। ଏଠାରେ ଇଞ୍ଜିନିୟରିଂ ପରୀକ୍ଷାଫଳ ତାଲିକାରେ ଅଭିନେତ୍ରୀ ସନି ଲିଓନିଙ୍କ ଫଟୋ ଲାଗିଥିଲା।
କହିରଖୁଛୁ, ଅନୁପମା ମାଲାୟାଲାମ ସିନେମାର ଜଣାଶୁଣା ନାମ। ସେ ତାମିଲ, ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ କାମ କରି ସାରିଛନ୍ତି। ୨୦୧୫ରେ ସେ ପ୍ରେମମ୍ ଫିଲ୍ମରୁ ଡେବ୍ୟୁ କରିଥିଲେ। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେବେଠାରୁ ସେ ପଛକୁ ଫେରିଚାହିଁ ନାହାନ୍ତି। ଧିରେ ଧିରେ ତାଙ୍କର ପ୍ରଶଂସକଙ୍କ ସହ ଫିଲ୍ମ ତାଲିକା ବଢ଼ିବାରେ ଲାଗିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.