Categories: ଖେଳ

ମାଳବିକା ଜିତିଲେ ଟାଇଟଲ

 

କନାସ୍‌ (ଲିଥୁଆନିଆ), ୧୪ା୬ (ପି.ଟି.)-ଭାରତର ମାଳବିକା ବନସୋଡ୍‌ ଏଠାରେ ଚାଲିଥିବା ଆରଏସ୍‌ଏଲ୍‌ ଲିଥୁଆନିଆନ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ତୃତୀୟ ସିଡ୍‌ ମାଳବିକା ୨୧-୧୪, ୨୧-୧୧ରେ ଆୟର୍ଲାଣ୍ଡର ରଚେଲ ଡାରାଗ୍‌ଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ ମାତ୍ର ୨୯ ମିନିଟ୍‌ରେ ଶେଷ ହୋଇଥିଲା। ଗତ ମାସରେ ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବା ମାଳବିକା ପୂର୍ବରୁ ଓପନିଂ ରାଉଣ୍ଡରେ ସ୍ଥାନୀୟ ଖେଳାଳି ଭିଲ୍‌ଟେ ପାଉଲାଉସ୍‌କେଟଙ୍କୁ ୨୧-୬, ୨୧-୧୦ରେ ଏବଂ ପରେ ଇସ୍ରାଏଲ୍‌ର ହେଲି ନିମାନଙ୍କୁ ୨୧-୧୦, ୨୧-୧୧ରେ ହରାଇ ଦେଇଥିଲେ। କ୍ୱାର୍ଟରଫାଇନାଲରେ ସେ ଅଷ୍ଟ୍ରିଆର କାଟ୍ରିନ୍‌ ନେଡଲ୍ଟଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ସେ ଫ୍ରାନ୍ସର ଆନ୍ନା ଟାଟ୍ରାନୋଭାଙ୍କୁ ୨୧-୧୩, ୨୧-୧୦ରେ ହରାଇ ଦେଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.