କୋଲକାତା,୫।୬: ତୃଣମୂଳ କଂଗ୍ରେସ(ଟିଏମ୍ସି)ର ସାଂଗଠନିକସ୍ତରରେ ଶୁକ୍ରବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଟିଏମ୍ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏମ୍ପି ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି।
ନିର୍ବାଚନ ପରେ ପ୍ରଥମ ଥର ପାଇଁ ଟିଏମ୍ସିର କାର୍ଯ୍ୟକାରୀ କମିଟି ବୈଠକ ହୋଇଥିଲା। ବୈଠକରେ ସାଂଗଠନିକ ଅଦଳବଦଳ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ପଶ୍ଚିମବଙ୍ଗ ବ୍ୟବତୀତ ଦେଶର ବିଭିନ୍ନ ରାଜ୍ୟରେ ଟିଏମ୍ସି ସାଂଗଠନିକ ସ୍ଥିତିକୁ ମଜଭୂତ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ଦଳର ନିଷ୍ପତ୍ତି କ୍ରମେ ଗୋଟିଏ ପଦରେ ଜଣେ ହିଁ ରହିବେ। ଏନେଇ ବିଭିନ୍ନ ପଦ ପଦବୀ ଦଳୀୟ ନେତାଙ୍କୁ ଦିଆଯାଇଛି। ଅଭିଷେକ ବାନାର୍ଜୀ ଦଳର ସାଧାରଣ ସମ୍ପାଦକ ପଦ ପାଇଥିବାରୁ ତାଙ୍କୁ ଏବେ ଟିଏମ୍ସି ୟୁଥ ଇନ୍ ଚାର୍ଜ ପଦରୁ ଇସ୍ତଫା ଦେବାକୁ ପଡିବ। ଟିଏମ୍ସି ୟୁଥର ନେତୃତ୍ୱ ଅଭିନେତାରୁ ରାଜନେତା ହୋଇଥିବା ସାୟୋନି ଘୋଷ ନେବେ। ସେହିପରି ଟିଏମ୍ସି ଏମ୍ପି କାକୋଲି ଘୋଷ ଦସ୍ତିଦର ଦଳର ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ଇଣ୍ଡିଆନ ନ୍ୟାଶନାଲ ତୃଣମୂଳ ଟ୍ରେଡ ୟୁନିୟନର ଜାତୀୟ ସଭାପତି ପଦ ଏମ୍ପି ଦୋଳା ସେନଙ୍କୁ ମିଳିଛି।
ଅନ୍ୟପକ୍ଷେ ଦଳର ବରିଷ୍ଠ ନେତା ପୂର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମ୍ସି ଚାଷୀ ସଂଗଠନର ସଭାପତି କରାଯାଇଛି। ଟିଏମ୍ସି ସାଂସ୍କୃତି ସେଲ୍ର ଇନ୍ ଚାର୍ଜ ପଦ ପ୍ରଥମଥର ବିଧାୟକ ହୋଇଥିବା ରାଜ ଚକ୍ରବର୍ତ୍ତୀଙ୍କୁ ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.