କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ ଟିକାଏତ୍, ୟୁଧଭୀର ସିଂ ପ୍ରମୁଖ କୃଷକ ନେତାଙ୍କୁ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ଚାଷୀନେତାମାନଙ୍କ ସହ ଏକ ବୈଠକରେ ଯୋଗଦେଇ ମମତା କହିଥିଲେ, ନୀତି ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ପରସ୍ପର ଆଲୋଚନା ପାଇଁ ଏକ ପ୍ଲାଟ୍ଫର୍ମ ରହିବା ଆବଶ୍ୟକ। ରାଜ୍ୟଗୁଡ଼ିକୁ ଭୟଭୀତ କରାଇବା ସଂଘୀୟ ଢାଞ୍ଚା ପାଇଁ ଭଲ ନୁହେଁ ବୋଲି ସେ କହିଥିଲେ। ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ବାହାରେ ଏହାର ସଂଗଠନ ବଢ଼ାଇବ ବୋଲି ଘୋଷଣା କରିବା ପରେ ମମତା ଉତ୍ତର ଭାରତୀୟ କୃଷକ ସଂଗଠନଗୁଡ଼ିକୁ ସମର୍ଥନର ହାତ ବଢ଼ାଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିକାଏତ୍ଙ୍କ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଭାଜପାକୁ ଭୋଟ ନ ଦେବା ପାଇଁ ପ୍ରଚାର କରିଥିଲା। ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ସେହି ନୀତି ଆପଣାଇବାକୁ ବିକେୟୁ ଯୋଜନା କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.