ମାଙ୍ଗାଲୋର ନ ଯାଇ ମଙ୍ଗଳ

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଛନ୍ତି ବେଜୋସ୍‌। ସେ ଆମାଜନ ବିଜ୍‌ନେସ୍‌ ସହ ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଚୁର ନିବେଶ କରିଛନ୍ତି। ବେଜୋସ୍‌ଙ୍କ ବ୍ୟତୀତ ଟେସ୍‌ଲା କମ୍ପାନୀ ଓ ସ୍ପେସ୍‌-ଏକ୍ସର ମାଲିକ ଏଲନ୍‌ ମସ୍କ, ଭର୍ଜିନ ଗାଲାକ୍‌ଟିକର ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ, ବିଗେଲୋ ଏରୋସ୍ପେସ୍‌ ମାଲିକ ରବର୍ଟ ବିଗେଲୋ ପ୍ରମୁଖ ଅତି ଧନୀ ବ୍ୟକ୍ତିବିଶେଷ ମଧ୍ୟ ମହାକାଶ ଗବେଷଣାରେ ଅଧିକ ନିବେଶ କରିଛନ୍ତି। ଫେସ୍‌ବୁକ ମାଲିକ ମାର୍କ ଜୁକରବର୍ଗ ମଧ୍ୟ ଷ୍ଟାର୍‌ଶଟ୍‌ ପ୍ରୋଜେକ୍ଟ ଆରମ୍ଭ କରି ଏମାନଙ୍କ ସହ ସାମିଲ ହୋଇଛନ୍ତି। ମନେରଖିବାକୁ ହେବ ଯେ, ଏହି କ୍ଷେତ୍ରରେ ସ୍ପେସ୍‌-ଏକ୍ସ ସର୍ବାଗ୍ରେ ଅଛି। ସର୍ବପ୍ରଥମେ ପ୍ରାଇଭେଟ୍‌ କମ୍ପାନୀ ଭାବରେ ଏଲନ୍‌ ମସ୍କ ମହାକାଶକୁ ଯାନ ପଠାଇଥିଲେ। ଏହି ଗବେଷଣା କ୍ଷେତ୍ର ସହିତ ସମ୍ପୃକ୍ତ ଶିଳ୍ପ ଓ ତତ୍‌ସହିତ ଜଡ଼ିତ ଅର୍ଥନୀତି ବିଦେଶରେ ଗୁରୁତ୍ୱ ବହନ କରୁଛି। ବିଶେଷକରି ଆମେରିକାରେ ଘରୋଇ କମ୍ପାନୀଗୁଡ଼ିକର ଏହି କ୍ଷେତ୍ରରେ ପ୍ରବେଶ ଯୋଗୁ ତାହାର ଭବିଷ୍ୟତ ଅଛି ବୋଲି ଏବେ ଧାରଣା ସୃଷ୍ଟି ହେଉଛି। ମହାକାଶକୁ ଯାତ୍ରାର ଅର୍ଥ କେବଳ ପର୍ଯ୍ୟଟନରେ ସୀମିତ ରହିବ ନାହିଁ ବୋଲି ବୁଝାପଡ଼ିଲାଣି। ବେଜୋସ୍‌ଙ୍କ ଭଳି ବ୍ୟକ୍ତି ଏହି ଯାତ୍ରାରେ ଯିବେ ବୋଲି ଘୋଷଣା କରିବା ପରେ ତାହାର ଗୁରୁତ୍ୱ ବୃଦ୍ଧିପାଇଛି।
ସ୍ବୀକାର କରିବାକୁ ହେବ ଯେ, ମହାକାଶ ଯାତ୍ରା ସବୁବେଳେ ବିପଜ୍ଜନକ। ପୃଥିବୀକୁ ଫେରି ଆସିବାର ନିଶ୍ଚିତତା ନ ଥାଏ। ସେଥିପାଇଁ ବେଜୋସ୍‌ଙ୍କର ନିଷ୍ପତ୍ତି ଅଧିକ ଗୁରୁତ୍ୱ ଧାରଣ କରୁଛି, କାରଣ ଏଥିରୁ ବୁଝାପଡୁଛି ଯେ, ଏହି ଧନୀ ବ୍ୟକ୍ତିବିଶେଷ ନିଜ ଜୀବନକୁ ବାଜି ଲଗାଇବା ପଛରେ କେବଳ ବ୍ୟବସାୟିକ ଲାଭ ରହିଛି। ବେଜୋସ୍‌ ତାଙ୍କ ପ୍ରତିଯୋଗୀ ଭାବେ ସ୍ପେସ୍‌-ଏକ୍ସର ମାଲିକ ଏଲନ୍‌ ମସ୍କଙ୍କୁ ଆଖିଆଗରେ ରଖିଥିବା ଭଳି ମନେହେଉଛି। ଟେସ୍‌ଲା ଇଲେକ୍‌ଟ୍ରିକ୍‌ ଗାଡ଼ିର ନିର୍ମାତା ହେବା ସହିତ ଏଲନ୍‌ଙ୍କର ବ୍ୟବସାୟିକ ବୃଦ୍ଧି ଓ ମହାକାଶ ଗବେଷଣା ତାଙ୍କୁ ଏକ ଅତି ଉଚ୍ଚ ସ୍ଥାନକୁ ନେଇଗଲାଣି। ସମୟ ଥିଲା, ନିକଟ ଅତୀତ, ଯେତେବେଳେ ବେଜୋସ୍‌ଙ୍କୁ ପୃଥିବୀର ସର୍ବାଧିକ ଧନୀ ବ୍ୟକ୍ତି ବିବେଚନା କରାଯାଉଥିଲା। ଆଜି ସେହି ପରିସ୍ଥିତି ବଦଳିଯାଇଛି। ବ୍ୟକ୍ତିଗତ ଧନରେ ଏଲନ୍‌ ପୃଥିବୀର ସବୁଠାରୁ ଆଗକୁ ଚାଲିଗଲେଣି। ବ୍ୟବସାୟରେ ଆଧୁନିକ ପଦକ୍ଷେପ ନେବାର ସତ୍‌ସାହସ ଯୋଗୁ ତାଙ୍କର ଏଭଳି ଉନ୍ନତି ଘଟିପାରିଛି।
ମହାକାଶକୁ ଯିବାର ପ୍ରତିଯୋଗିତା ଏକ ବିପଦ ମଧ୍ୟ ସୃଷ୍ଟି କରିପାରେ। ଆଗୁଆ ରହିବା ଉଦ୍ୟମରେ ସମସ୍ତେ ଯଦି ଲାଗି ପଡ଼ିବେ, ତେବେ ତାହାର ଶିକାର ହେବ ଗବେଷଣା ଏବଂ ପ୍ରାରମ୍ଭିକ ପ୍ରସ୍ତୁତି। ତରବରିଆ ଭାବେ ଏହିଭଳି ବୈଜ୍ଞାନିକ ପରୀକ୍ଷଣ କରାଗଲେ ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯାଇ ନ ପାରେ। ଫଳସ୍ବରୂପ, ଭବିଷ୍ୟତରେ ମହାକାଶ ଦୁର୍ଘଟଣା ଘଟିବା ବୃଦ୍ଧି ପାଇବ। ତେବେ ଏଭଳି ପ୍ରତିଯୋଗିତା କାହିଁକି ହେଉଛି? ଉତ୍ତର ଭାବେ କୁହାଯାଇପାରେ ଯେ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡ଼ିକରେ ଅନେକ ଧାତୁ ରହିଛି, ଯାହାକୁ ହାତେଇବା ପାଇଁ ହୁଏତ ଏହି କମ୍ପାନୀମାନେ ବ୍ୟଗ୍ର। ଉଦାହରଣ ସ୍ବରୂପ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରି ସେଠାରୁ ମୂଲ୍ୟବାନ୍‌ ସମ୍ପଦ ଖନନ କରିବା ଲକ୍ଷ୍ୟ ଥାଇପାରେ। ଏଥିସହିତ ପର୍ଯ୍ୟଟନର ମଧ୍ୟ ଅନେକ ବ୍ୟବସାୟିକ ଗୁରୁତ୍ୱ ରହିଛି। ଭବିଷ୍ୟତ ପିଢ଼ି ଯଦି ଯଥେଷ୍ଟ ଧନୀ ହୋଇପାରିବେ, ତେବେ ମାଙ୍ଗାଲୋର ନ ଯାଇ ମଙ୍ଗଳ ଯିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.