Categories: ଖେଳ

ମନୀଷ କୁମାର ଜାତୀୟ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୯ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ପଶ୍ଚିମବଙ୍ଗର ଆରଣ୍ୟକ ଘୋଷ ଏବଂ ମଧ୍ୟପ୍ରଦେଶର ଆୟୁଷ ଶର୍ମା ୯ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୨୧୦୫ ରେଟିଂରେ ଥିବା ମନୀଷ ୮ ମ୍ୟାଚରେ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚ ଡ୍ର ରଖିଥିଲେ ଏବଂ ମାତ୍ର ଗୋଟିଏ ମ୍ୟାଚରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ସଂକଳ୍ପ ଗୁପ୍ତା(୨୪୨୯)ଙ୍କଠାରୁ ହାରିଥିଲେ। ତେବେ ସେ ପରେ ୨ ଆଇଏମ୍‌ କୌସ୍ତୁଭ ଚାଟାର୍ଜୀ(୨୪୩୧) ଏବଂ ଏମ. ପ୍ରଣେଶ(୨୪୩୭)ଙ୍କୁ ହରାଇଥିବାବେଳେ ଆରଣ୍ୟକ ଘୋଷ(୨୪୪୦)ଙ୍କ ସହ ମ୍ୟାଚ ଡ୍ର ରଖିଥିଲେ। ଅନ୍ୟ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଜଗଦୀଶ ବାରିକ ୮ ପଏଣ୍ଟ ସହିତ ୧୬, ସମ୍ବିତ ପଣ୍ଡା ୭.୫ ପଏଣ୍ଟ ସହ ୨୩, ହର୍ଷିତ ରଞ୍ଜନ ୬.୫ ପଏଣ୍ଟ ସହ ୬୩, ମହିତୋଶ ଦେ ୫ ପଏଣ୍ଟ ସହିତ ୧୨୮ ଏବଂ ଇନ୍ଦ୍ରଜିତ ସୂର୍ଯ୍ୟପ୍ରାଞ୍ଜଳ ୧୬୬ତମ ସ୍ଥାନରେ ରହିଛନ୍ତି। ମନୀଷ କୁମାରଙ୍କୁ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟାଚାର୍ଯ୍ୟ, ସଭାପତି ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଏସ୍‌ଆର୍‌ ଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.