ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨) ଓ ତାଙ୍କ ସ୍ତ୍ରୀ କୋରସା ଅନିତା(୨୯)। ଉଭୟେ ମାଓବାଦୀଙ୍କ ବିଜାପୁର ଜିଲା ଗଙ୍ଗାଲୁର କ୍ଷେତ୍ର କମିଟିରେ କାର୍ଯ୍ୟ କରୁଥିଲେ। ମାଓବାଦୀଙ୍କ ଥଇଥାନ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନାରେ ଆକୃଷ୍ଟ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି ଏହି ମାଓବାଦୀ ଦମ୍ପତି। କୋରସା ଲାଚୁ ମାଓବାଦୀ ସଙ୍ଗଠନରେ ୨୦୦୨ରେ ଯୋଗ ଦେଇଥିଲେ। ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ପୋଡି, ନାଇମେଣ୍ଡ ବଜାରରେ ଆସିଷ୍ଟାଣ୍ଟ କନଷ୍ଟେବଳ ତେଲାମ ମାରୁମଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିଲେ। ଅନିତା ୨୦୦୩ରେ ମାଓବାଦୀ ସଙ୍ଗଠନରେ ଯୋଗଦେଇଥିଲେ। ତାଙ୍କୁ ଘୁମରାର ବାଲସାଙ୍ଗମ ପଦରେ ରଖାଯାଇଥିଲା। ଗ୍ରାମାଞ୍ଚଳରେ ମହିଳା ସଙ୍ଗଠନ କରିବା, ଯୁବତୀମାନଙ୍କୁ ମାଓବାଦୀ ସଙ୍ଗଠନକୁ ଆଣିବା ତାଙ୍କ ଦାୟିତ୍ୱ ଥିଲା। ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଜଡିତ ଥିଲେ। ଆତ୍ମସମର୍ପଣ ପରେ ସେମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରୋତ୍ସାହନ ସ୍ବରୂପ ପ୍ରଦାନ କରାଯାଇଥିବା ଏସ୍ପି କମଲ ଲୋଚନ କଶ୍ୟପ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.