ଶିମଲା,୧୩।୬: ହିମାଚଳ ପ୍ରଦେଶରେ ପ୍ରବେଶ କରିବା ପାଇଁ ଆରଟି-ପିସିଆର ରିପୋର୍ଟ ଦରକାର ନାହିଁ। ଏହି ଘୋଷଣା ହେବା ପରେ ରାଜ୍ୟର ପ୍ରବେଶ ପଥରେ ସୃଷ୍ଟି ହୋଇଛି ଲମ୍ବା ଟ୍ରାଫିକ୍। ପାହାଡ଼ ଉପରେ ହଜାର ହଜାର ସଂଖ୍ୟାରେ କାର ଛିଡ଼ା ହୋଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
ହିମାଚଳ ପ୍ରଦେଶର ସୋଲାମ ଜିଲାର ଏଣ୍ଟ୍ରି ପଏଣ୍ଟରେ କାର ଓ ଏସ୍ୟୁଭି ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ଅନ୍ୟ ରାଜ୍ୟର ପର୍ଯ୍ୟଟକମାନଙ୍କ ପାଇଁ ଖୋଲି ଦିଆଯାଇଛି ସମସ୍ତ ପ୍ରବେଶ ପଥ। ତେବେ ପ୍ରବେଶ ପାଇଁ କୋଭିଡ୍ ଇ-ପାସ୍ ଏବେ ମଧ୍ୟ ଦରକାର।
ଗତ ୩୬ ଘଣ୍ଟା ମଧ୍ୟରେ ବାହାର ରାଜ୍ୟରୁ ଆସିଥିବା ୫ ହଜାର ପର୍ଯ୍ୟଟକଙ୍କ ଗାଡ଼ି ରାଜଧାନୀ ଶିମଲାରେ ପ୍ରବେଶ କରିଛି। ରାଜ୍ୟରେ କୋଭିଡ୍ କଟକଣାରେ କୋହଳ କରାଯାଇଥିଲେ ମଧ୍ୟ ସନ୍ଧ୍ୟା ୫ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ରାଜ୍ୟ ସରକାର ଶୁକ୍ରବାର ଘୋଷଣା କରିଥିଲେ। ତେବେ ଏହି ରାଜ୍ୟରେ ଦୈନିକ ସଂକ୍ରମଣ ହାର ୪୦୦ ତଳକୁ ରହୁଛି। ରବିବାର ୩୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.