କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି। ଅପରାହ୍ନ ୪ଟା ବେଳେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ଠାରୁ ବୋର୍ଡର ଦୁଇଟି ୱେବ୍ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। bseodisha.in ଏବଂ bseodisha.nic.in ୱେବ୍ସାଇଟରେ ଛାତ୍ରୀଛାତ୍ରମାନେ ନିଜ ରୋଲ୍ ନମ୍ବର ଦାଖଲ କରି ପରୀକ୍ଷା ଫଳ ଦେଖିପାରିବେ। ଏଥିସହ ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବା ଉକ୍ତ ଅଞ୍ଚଳର ଛାତ୍ରୀଛାତ୍ରମାନେ ମୋବାଇଲ ଫୋନ୍ରେ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ସେଥିପାଇଁ ଛାତ୍ରୀଛାତ୍ରଙ୍କୁ ମୋବାଇଲରେ OR01<Roll number> ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କରିବାକୁ ହେବ। ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ।
ସୂଚନାଥାଉ କି, କୋଭିଡ-୧୯ର ଦ୍ୱିତୀୟ ଲହର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଦେଇଥିଲେ। ତେବେ ମାଟ୍ରିକ୍ ପରୀକ୍ଷା ଫଳ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ଗତ ମାସରେ ବୋର୍ଡ ଅନୁମୋଦନ କରିଥିଲା। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି କୁହାଯାଇଥିଲା। ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତି ଅନୁସାରେ ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଏବଂ ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ଆଧାର କରି ମୂଲ୍ୟାୟନ କରାଯାଇଥିବା ସୂଚନା ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.