ନୂଆଦିଲ୍ଲୀ,୨୩।୬: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆମେ ଛୋଟ ଦଳ ସହ ମେଣ୍ଟ କରିବୁ। କିନ୍ତୁ ମାୟାବାତୀଙ୍କ ବହୁ ଜନ ସମାଜବାଦୀ ପାର୍ଟି (ବିଏସ୍ପି) ଓ କଂଗ୍ରେସ ସହ ମେଣ୍ଟ କରିବୁ ନାହିଁ। ମେଣ୍ଟ ପାଇଁ ଏହି ଦୁଇ ଦଳ ଅନଫିଟ୍। ଏଭଳି ମନ୍ତବ୍ୟ ଦେଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ।
ଆଗାମୀ ନିର୍ବାଚନରେ ଭାଜପାର ପରାଜୟ ହେବ। କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଉନ୍ନତିରେ ବାଧା ଦେବା ସହ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଛନ୍ତି। ପରିବର୍ତ୍ତନ ଚାହୁଁଛନ୍ତି ରାଜ୍ୟବାସୀ। ଯେଉଁମାନେ ଭାଜପାକୁ ହରାଇବାକୁ ଚାହୁଁଛନ୍ତି, ମୁଁ ସେମାନଙ୍କୁ ସପାକୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି ବୋଲି ଅଖିଲେଶ ଏକ ସାକ୍ଷାତ୍କାରରେ କହିଛନ୍ତି।
ତାଙ୍କ ମତରେ ରାଜ୍ୟରେ ଭାଜପାକୁ ହରାଇବା ଲାଗି କଂଗ୍ରେସ ଖୁବ୍ ଦ୍ରୁବଳ। ୨୦୧୭ ନିର୍ବାଚନରେ ଆମେ ସେମାନଙ୍କୁ ୧୦୦ ସିଟ୍ ଦେଇଥିଲୁ। କିନ୍ତୁ ଫଳାଫଳ ଆମ ସପକ୍ଷରେ ନ ଥିଲା। ରାଜ୍ୟବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ତାଙ୍କ ଦଳ ୟୁପିର ୪୦୩ ଆଶନରୁ ୩୫୦ ସିଟ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ଭାଜପା ୩୧୨ ଆଶନ ଜିତିଥିବାବେଳେ ସପା ଭାଗରେ ୪୭, ବିଏସ୍ପି ୧୯ ଓ କଂଗ୍ରେସ ୭ଟିରେ ବିଜୟୀ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.