ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍ ଚାହିଦା ରହଛି। ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ୨୪ଶହରୁ ଊର୍ଦ୍ଧ୍ୱ ସ୍ବୟଂସହାୟିକା ଗୋଷ୍ଠୀ(ଏସଏଚ୍ଜି)ଙ୍କ ପାଇଁ ରୋଜଗାର ଯୋଗାଇ ଚର୍ଚ୍ଚାରେ ରହିଛନ୍ତି ମୟୂରଭଞ୍ଜର ଦମ୍ପତି। ଅନ୍ୟ ପାଇଁ ଉଦାହରଣ ସାଜିଥିବା ଏହି ସଫଳ ଦମ୍ପତି ହେଲେ ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁରର ଶିଶିର ଚନ୍ଦ୍ର ମହାନ୍ତ ଓ ତାଙ୍କ ସ୍ତ୍ରୀ ପଙ୍କଜିନୀ। ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଉଭୟେ ଆଜି ବେଶ ସୁନାମ ଅର୍ଜନ କରିପାରିଛନ୍ତି।
କୃଷ୍ଣଚନ୍ଦ୍ରପୁର କଲେଜରେ ଶିଶିର ଚନ୍ଦ୍ର ଚୁକ୍ତିଭିତ୍ତିିକ ଅଧ୍ୟାପନା କରୁଥିବାବେଳେ ପଙ୍କଜିନୀଙ୍କୁ ବିବାହ କରିଥିଲେ। ପରିବାର ଭରଣପୋଷଣରେ ସମସ୍ୟା ଉପୁଜିବାରୁ ଅନ୍ୟ ଉପରେ ନିର୍ଭର ନ କରି କିଛି କରିବାର ଇଚ୍ଛା ଦୁହିଁଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଇଥିଲା। ୨୦୧୩ରେ ୧୨ହଜାର ଟଙ୍କାରେ ଛୋଟ ଚାଳିଆଟିଏ କରି ଆରମ୍ଭ କରିଥିଲେ ଛତୁଚାଷ। ଏହି ଛତୁ ଏବେ ମୟୂରଭଞ୍ଜ ମସୃମ ନାମରେ ପ୍ରସିଦ୍ଧ ା ଋତୁ ଅନୁଯାୟୀ ଦୈନିକ ୨୫ରୁ ୩୫ କିଲୋ ଧିଙ୍ଗିରି ଓ ପାଳ ଛତୁ ଉପତ୍ାଦିତ ହେଉଥିବା ବେଳେ ଛତୁ ମଞ୍ଜି ଉପତ୍ାଦନ କରି ଗୁଣବତ୍ତା ଓ ଉପତ୍ାଦକତା ପାଇଁ ଜିଲାରେ ସେ ଏକ ନମ୍ବର ଛତୁ ମଞ୍ଜି ଉପତ୍ାଦନକାରୀ ସଂସ୍ଥା ଭାବେ ବିବେଚିତ ହୋଇପାରିଛନ୍ତି। ଉପତ୍ାଦିତ ଛତୁ ଓ ଛତୁମଞ୍ଜି ଜିଲା ତଥା ରାଜ୍ୟ ବାହାରେ ଏପରିକି ବାଂଲାଦେଶକୁ ମଧ୍ୟ ରପ୍ତାନୀ କରି ସଫଳତାର ଶ୍ରେୟ ସାଉଁଟୁଛନ୍ତି ା ପୂର୍ବରୁ ଛତୁ ମଞ୍ଜି ପାଇଁ ଜିଲାର ଚାଷୀଙ୍କୁ କଟକ ଓ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା ା ଏବେ ନିଜ ଜିଲାରେ ଉନ୍ନତମାନର ଛତୁମଞ୍ଜି ପାଇ ବେଶ ଦୁଇପଇସା ଲାଭ ପାଉଛନ୍ତି ଚାଷୀମାନେ।
ଏହି ଦମ୍ପତି ନିଜର ଫାର୍ମରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରୋଜଗାର ଯୋଗାଇଥିବା ବେଳେ ଛତୁ ଚାଷ ସମ୍ପର୍କିତ ବିଭିନ୍ନ କୌଶଳର ଶିକ୍ଷାଦାନ ବା ତାଲିମ ପ୍ରଦାନ ପାଇଁ ରାଜ୍ୟ ସରକାର ସେମାନଙ୍କ ଫାର୍ମକୁ ପ୍ରୟୋଗଶାଳା ଭାବେ ବ୍ୟବହାର କରୁଛନ୍ତି। ଫାର୍ମରେ ପର୍ଯ୍ୟାୟ କ୍ରମରେ ଛତୁଚାଷ ତାଲିମ ଗ୍ରହଣ କରୁଛନ୍ତି ଜିଲାର ବେକାର ଯୁବତୀଯୁବକ। ଶିଶିର ଚନ୍ଦ୍ର ଅଧ୍ୟାପନା ଛାଡ଼ି ଏବେ ପ୍ରଶିକ୍ଷକ ଭାବେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଷ୍ଟାର ସ୍ବରୋଜଗାର ଯୋଜନାରେ ତାଲିମ ପ୍ରଦାନ କରୁଛନ୍ତି। ଏହି ଦମ୍ପତିଙ୍କଠାରୁ ଚାଷ ସମ୍ବନ୍ଧୀୟ ତାଲିମ ନେଇ ୨୪ଶହ ସ୍ବୟଂ ସହାୟିକା ଗୋଷ୍ଠୀ ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ବିଶେଷ ଭାବରେ କରୋନା କଟକଣା ସମୟରେ ବେକାର ଯୁବତୀ ଯୁବକଙ୍କୁ ଛତୁ ଚାଷ ତାଲିମ ପ୍ରଦାନ କରି ଆତ୍ମନିର୍ଭଶୀଳ କରାଇ ପାରିଥିବାରୁ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି ଏହି ଦମ୍ପତି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.