ନୂଆଦିଲ୍ଲୀ,୯।୬ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଡୋମିନିକା ଦେଇ କ୍ୟୁବା ଖସି ପଳାଇବାକୁ ଯୋଜନା କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ବାରବାରା ଜାବାରିକା ବୁଧବାର କହିଛନ୍ତି।
ଖସିବା ଭଳି ଶବ୍ଦ ସେ କଦାପି ବ୍ୟବହାର କରି ନ ଥିଲେ କିମ୍ବା ତାଙ୍କ ଯୋଜନା ସମ୍ପର୍କରେ ମୋତେ କୌଣସି ସୂଚନା ଦେଇ ନ ଥିଲେ। କିନ୍ତୁ ମୋତେ କ୍ୟୁବାରେ ଦେଖା କରିବାକୁ କହିଥିଲେ ଚୋକ୍ସି। ଆଉ ମୁଁ କେବେ କ୍ୟୁବା ଯାଇଛି କି ? ଏହି ପ୍ରଶ୍ନ ମୋତେ କରିଥିଲେ। ସେ ଖସିବା ଯୋଜନା ମୋତେ ଜଣାଇ ନ ଥିଲେ। ମାତ୍ର ମୁଁ ନିଶ୍ଚିତ ଯେ, ଡୋମିନିକା ତାଙ୍କର ଲକ୍ଷ୍ୟସ୍ଥଳ ନୁହେଁ। ମୋ ମତରେ କ୍ୟୁବା ତାଙ୍କ ଲକ୍ଷ୍ୟସ୍ଥଳ ଥିଲା ବୋଲି ଏକ ସାକ୍ଷାତ୍କାରରେ ବାରବାରା କହିଛନ୍ତି।
ବାରବାରାଙ୍କୁ ଭେଟିବାକୁ ଯାଉଥିବାବେଳେ ୮ରୁ ୧୦ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ନିକଟରେ ଆଣ୍ଟିଗୁଆ ପୋଲିସ କମିଶନରଙ୍କ ନିକଟରେ ଚୋକ୍ସି ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ପିଏନ୍ବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଚୋକ୍ସି ଗତ ୨୩ ତାରିଖରେ ଆଣ୍ଟିଗୁଆରୁ ନିଖୋଜ ହେବା ପରେ ଧରା ପଡ଼ିଥିଲେ ଡୋମିନିକାରେ। ସେଠାରେ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଗତ ୨ ସପ୍ତାହ ହେଲା ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.