ବ୍ରହ୍ମଗିରି,୧୫।୬(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ଅର୍ଥ ଆତ୍ମସାତ୍ ପାଇଁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି। ଶ୍ରମିକମାନଙ୍କୁ ଗୋଟିଏ ବର୍ଷରେ ୧୦୦ ଦିନର କାମ ଯୋଗାଇଦେବାକୁ ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟକାରୀ ହେଉଛି। ତେବେ ଏହି ଯୋଜନାରେ ବ୍ରହ୍ମଗିରି ବ୍ଲକ ଅଧୀନ ଆମ୍ବପଡ଼ା ପଞ୍ଚାୟତ କାକୁଡ଼ିଗାଡ଼ିଆ ଗ୍ରାମର ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ପରିବର୍ତ୍ତେ ମେଶିନ ସାହାଯ୍ୟରେ କାମ କରାଯାଉଛି। ଗ୍ରାମ ଘେରିବନ୍ଧ ଉନ୍ନତୀକରଣ ପାଇଁ ଏମ୍ଜିଏନ୍ଆର୍ଇଜିଏସ୍ରେ ୨୪୧୩୦୦୨୦୦୩/ ଆର୍ସି/ ୧୦୪୭୫୯୮୯ ରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟାଦେଶ ମିଳିଛି। ଏପରି କି, ଏହି ଗ୍ରାମରେ ବହୁ ଶ୍ରମିକ ରହିଛନ୍ତି। ମାତ୍ର ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ବଦଳରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରି ମାଟି ଖୋଲା ପ୍ରଭୃତି କାର୍ଯ୍ୟ କରାଯାଉଛି। ପୁରୁଣା ବନ୍ଧରେ ନାମକୁ ମାତ୍ର କାମ କରି ବିଲ୍ ପ୍ରସ୍ତୁତ ସହ ଅର୍ଥ ଆତ୍ମସାତ ପାଇଁ ମସୁଧା ଚାଲିଥିବା ଗ୍ରାମର ପ୍ରଫୁଲ୍ଲ ସେଠୀ, ରବି ବେହେରା, ପଦ୍ମଚରଣ ସେଠୀ ପ୍ରମୁଖ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି କାର୍ଯ୍ୟର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ବିଡିଓ ଜ୍ୟୋତି ପ୍ରକାଶ ସେଠୀ କହିଛନ୍ତି, ଏ ସମ୍ପର୍କରେ ଅଭିଯୋଗ ହୋଇଛି। ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ରିପୋର୍ଟକୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.