ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ୧୯୫୮ କମନୱେଲଥ୍‌ ଗେମ୍ସର ଚାମ୍ପିଅନ ତଥା ଅଲିମ୍ପିଆନ ମିଲ୍‌ଖା ସିଂହ ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ପଞ୍ଜାବ ଚଣ୍ଡିଗଡ଼ର ସେକ୍ଟର-୨୫ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ଦର୍ଶନ ପାଇଁ ତାଙ୍କୁ ଅପରାହ୍ନ ୩ଟାରେ ତାଙ୍କ ବାସଭବନକକୁ ନିଆଯିବ। ମିଲ୍‌ଖଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ଟୁଇଟରେ ଲେଖିଛନ୍ତି, ମିଲ୍‌ଖା ସିଂହଙ୍କ ଦେହାନ୍ତ କ୍ରୀଡ଼ା ଜଗତରେ ଏକ ଅପୂରଣୀୟ କ୍ଷତି। ନିଜର ପ୍ରତିଭା ପାଇଁ ସେ ଭାରତୀୟଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ଅନେକ ଲୋକ ଭଲ ପାଉଥିଲେ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଏହି କିମ୍ବଦନ୍ତୀ ଧାବକ କୋଭିଡରେ ସଂକ୍ରମିତ ହୋଇଥିଲେ। ଜୁନ ୩ରେ ତାଙ୍କୁ ପିଜିଆଇଏମ୍‌ଇଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ ୧୩ ପର୍ଯ୍ୟନ୍ତ ସେଠାରେ ତାଙ୍କର କରୋନା ଚିକିତ୍ସା ଚାଲିଥିବା ବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସ୍ବାସ୍ଥା୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ କୋଭିଡ ଆଇସିୟୁରୁ ସାଧାରଣ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଗୁରୁବାର ହଠାତ୍‌ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଏବଂ ଅମ୍ଳଜାନ ସ୍ତର ମଧ୍ୟ କମ୍‌ ହୋଇଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୩୦ରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଚଳିତ ସପ୍ତାହରେ ମିଲ୍‌ଖାଙ୍କ ପତ୍ନୀ ନିର୍ମଳା ମିଲ୍‌ଖା ସଂହଙ୍କ ୮୫ବର୍ଷରେ କରୋନାଜନିତ ମୃତ୍ୟୁ ହୋଇଥିଲା। ମିଲ୍‌ଖା ସିଂହଙ୍କ କ୍ରୀଡ଼ା କଥା କହିବାକୁ ଗଲେ ଏସିଆନ ଗେମ୍ସରେ ସେ ଭାରତ ପାଇଁ ୪ଥର ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୧୯୫୮ରେ ସେ କମନୱେଲଥ୍‌ ଗେମ୍ସର ଚାମ୍ପିଅନ ମଧ୍ୟ ହୋଇଥିଲେ। ସେହିପରି ୧୯୬୦ରେ ରୋମ ଅଲିମ୍ପିକ୍ସ ଗେମ୍ସରେ ୪୦୦ ମିଟର ଦୌଡ଼ରେ ଅଳ୍ପ ବ୍ୟବଧାନରେ ପଦକ ହରାଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ ମିଲ୍‌ଖା। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୫୯ରେ ମିଲ୍‌ଖାଙ୍କୁ ପଦ୍ମଶ୍ରୀ ପୁରସ୍କାର ପୁରସ୍କୃତ କରାଯାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.