୮ ଭାଇଭଉଣୀଙ୍କ ସହ ପିତାମାତାଙ୍କୁ କରି ଦିଆଯାଇଥିଲା ହତ୍ୟା, ପାକିସ୍ତାନରୁ ଭାରତ ଚାଲି ଆସି କୀର୍ତ୍ତିମାନ ରଚିଥିଲେ…

ନୂଆଦିଲ୍ଲୀ,୧୯।୬: କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କ ପରଲୋକ ସହ ଏକ ଯୁଗର ଅବସାନ ହୋଇଛି। ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ନେଇଥିବା ଖବର ଜଣାପଡ଼ିବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା। କିଛି ଦିନ ପୂର୍ବରୁ ୯୧ ବର୍ଷୀୟ ମିଲ୍‌ଖା କରୋନାକୁ ହରାଇଥିଲେ। ହେଲେ ପୋଷ୍ଟ କୋଭିଡ୍‌ ସମସ୍ୟା ଯୋଗୁ ତାଙ୍କୁ ପୁନର୍ବାର ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ୟା ଧିରେ ଧିରେ ବଢ଼ିବା ପରେ ତାଙ୍କୁ ରକ୍ଷା କରାଯାଇପାରି ନ ଥିଲା।

ମିଲ୍‌ଖା ବିଭାଜନ ପୂର୍ବରୁ ୧୯୨୯ ନଭେମ୍ବର ୨୦ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ଗାଁ ଗୋବିନ୍ଦପୁରା ମୁଜାଫରଗଡ଼ ଜିଲାରେ ପଡ଼ୁଥିଲା। ରାଜପୁତ ପରିବାରରେ ଜନ୍ମିତ ମିଲ୍‌ଖାଙ୍କ ମାତାପିତାଙ୍କ ବ୍ୟତିତ ୧୨ ଭାଇଭଉଣୀ ଥିଲେ। ହେଲେ ଦେଶ ବିଭାଜନ ସମୟରେ ତାଙ୍କ ପରିବାର ବେଶ୍‌ ଦୁଃଖଦ ଘଟଣାର ସାମ୍ନା କରିଥିଲା। କାରଣ ଏହି ସମୟରେ ତାଙ୍କର ୮ ଭାଇଭଉଣୀ ଏବଂ ପିତାମାତାଙ୍କୁ ହତ୍ୟା କରାଯାଇଥିଲା।

ବିଭାଜନ ସମୟରେ କୌଣସି ପ୍ରକାରେ ମିଲ୍‌ଖା ପରିବାରର ଅନ୍ୟ ୩ ବଞ୍ଚିଥିବା ବ୍ୟକ୍ତିଙ୍କ ସହ ଭାରତକୁ ପଳାଇ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେ ସେନାରେ ଯୋଗଦେବାକୁ ସ୍ଥିର କରିଥିଲେ। ୧୯୫୧ରେ ସେ ସେନାରେ ଯୋଗଦେଇଥିଲେ ମଧ୍ୟ। ଏହି ଗୋଟିଏ ନିଷ୍ପତ୍ତି ତାଙ୍କ ଜୀବନକୁ ପୁରା ବଦଳାଇଦେଇଥିଲା। ଏଥିଯୋଗୁ ସେ ଧୀରେ ଧୀରେ ନୂଆ କୀର୍ତ୍ତିମାନ ହାସଲ କରିଥିଲେ। ସେ ଭାରତର ଏକ ମହାନ ସ୍ପ୍ରିଣ୍ଟର ପାଲଟିଥିଲେ।

ଏକ ଦୌଡ଼ ପ୍ରତିଯୋଗିତାରେ ସେ ୩୯୪ଜଣ ସେନା କର୍ମଚାରୀଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ। ୧୯୫୮ରେ କମନଓ୍ବେଲଥ ଗେମ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ସ୍ବାଧୀନ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

କ୍ୟାରିୟର ଆରମ୍ଭରେ ମିଲ୍‌ଖା ଅଭ୍ୟାସ ପାଇଁ ଚଳନ୍ତା ଟ୍ରେନ୍‌ ପଛରେ ଦୌଡ଼ୁଥିଲେ। ଏହି ସମୟରେ ସେ ଅନେକ ଥର ଆହତ ମଧ୍ୟ ହୋଇଥିଲେ। ୧୯୬୦ରେ ରୋମ ଅଲିମ୍ପିକ୍ସ ଗେମ୍ସରେ ସେ ୪୫.୬ ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହି ମିଲ୍‌ଖା ଲୋକପ୍ରିୟ ହୋଇଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏବେ ତାଙ୍କର ୩ ଝିଅ ଏବଂ ପୁଅ ଜୀଭ ମିଲ୍‌ଖା ସିଂହ ଅଛନ୍ତି। ପିତାଙ୍କ ପରି ପୁଅ ଜୀଭ୍‌ ମଧ୍ୟ ୧୪ ଥର ଅନ୍ତର୍ଜାତୀୟ ଚାମ୍ପିଅନ୍‌ ହୋଇଥିବା ହେତୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.